Categories: ଜାତୀୟ

୫୧ ଲକ୍ଷ ଟଙ୍କାରେ ମଇଁଷି ବିକି କୃଷକ ଆନ୍ଦୋଳନରେ ଦେଲେ ମାଗଣା ଭୋଜନ

ଚଣ୍ଡିଗଡ଼,୨।୧: କେନ୍ଦ୍ର ସରକାରଙ୍କ ଦ୍ୱାରା ପାସ୍‌ କରାଯାଇଥିବା କୃଷି ବିଲ୍‌ ବିରୋଧରେ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନରେ ହରିୟାଣାର ଜଣେ କୃଷକଙ୍କ ଦ୍ୱାରା ୫୧ ଲକ୍ଷ ଟଙ୍କାର ମଇଁଷି ବିକ୍ରି କରାଯାଇ ଆନ୍ଦୋଳନକାରୀଙ୍କୁ ମାଗଣା ଖାଇବାକୁ ଦିଆଯାଇଛି। ଯାହା ଏବେ ଚର୍ଚ୍ଚାରେ ରହିଛି।
ପଞ୍ଜାବର କସ୍‌ବା ମାଛିଓ୍ବାଡାର ଜଣେ ପଶୁପାଳକ କୃଷକ ପବିତ୍ର ସିଂହ କହିଛନ୍ତି ଯେ, ସେ ମୋହରା ପ୍ରଜାତିର ସରସ୍ବତୀ ନାମକ ଏକ ମଇଁଷି ସହ ଆଉ ୭ଟି ମଇଁଷିକୁ ମୋଟ୍‌ ଅଢ଼େଇ ଲକ୍ଷ ଟଙ୍କାରେ କିଣିଥିଲେ। ଏହାକୁ ସେ ହରିୟାଣାର ହିସାରର ଲାଟାନି ଗାଁର ବ୍ୟବସାୟୀ ସୁଖବୀର ଟାଣ୍ଡାଙ୍କଠାରୁ କିଣିଥିଲେ। ପବିତ୍ରଙ୍କ କହିବାନୁସାରେ ସେ ସୁଖବୀର ଟାଣ୍ଡା ୫୧ ଲକ୍ଷ ଟଙ୍କାରେ ଏହି ମଇଁଷି ବିକି ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନରେ ମାଗଣା ଭୋଜନ ଦେଇଛନ୍ତି। ଯାହାକି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।

Share