Advertisement

କ୍ଷୀରରେ ମିଶାଉଥିଲେ ମଇଁଷିକୁଣ୍ଡ ପାଣି: ଷ୍ଟିଙ୍ଗ୍‌ ଅପରେଶନ୍‌ରେ ପର୍ଦ୍ଦାଫାଶ୍‌

ହାଇଦ୍ରାବାଦ୍‌, ୨୨।୮: କ୍ଷୀରରେ ପାଣି ଏବଂ ଅନ୍ୟ ପଦାର୍ଥ ମିଶାଇବା କାର୍ଯ୍ୟ ତେଲଙ୍ଗାନାରେ ଜାରି ରହିଛି। ଏଭଳି ଅସାଧୁ ବ୍ୟବସାୟୀଙ୍କ ଯୋଗୁ ଲୋକେ ହଇରାଣ ହରକତ ହେଉଛନ୍ତି। ସମ୍ପ୍ରତି ସୋସିଆଲ୍‌ ମିଡ଼ିଆରେ ହାଇଦ୍ରାବାଦ୍‌ର ଜଣେ ବ୍ୟବସାୟୀ ମଇଁଷିକୁଣ୍ଡ ପାଣି କ୍ଷୀରରେ ମିଶାଉଥିବାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହାର ଷ୍ଟିଙ୍ଗ୍‌ ଅପରେଶନ୍‌ ଏମ୍‌ .ଏ. ରଶିଦ୍‌ ନାମକ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ୱାରା କରାଯାଇଥିବା କୁହାଯାଉଛି। ୨ ମିନିଟ୍‌ ୩୭ ସେକେଣ୍ଡରର ଏହି ଭିଡ଼ିଓରେ କ୍ଷୀର ଅପମିଶ୍ରିତ କରାଯାଉଥିବାର ଦୃଶ୍ୟ ରହିଛି। ଏନେଇ ରଶିଦ୍‌ ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ପୋଲିସ ପକ୍ଷରୁ ଏହାର ତଦନ୍ତ ଜାରି ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share