ବୁଗୁଡ଼ା,୭।୮(ଡି.ଏନ୍.ଏ): ଗଞ୍ଜାମ ଜିଲା ବୁଗଡ଼ାରେ ଥିବା ଉପକୋଷାଗାରର ନୂତନ ଅଧିକାରୀ ଭାବେ ଶୁକ୍ରବାର ନୂତନ ମଲ୍ଲିକ୍ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଉପକୋଷାଗାରର ସେ ପ୍ରଥମ ମହିଳା ଅଧିକାରୀ ହୋଇଥିବା ଜଣାପଡିଛି। ଦୀର୍ଘ ଦିନ ହେଲା ଏହି ପଦବୀ ଖାଲି ପଡିଥିଲା ବେଳେ ନୂତନ ଅଧିକାରୀ ଦାୟିତ୍ୱ ଗ୍ରହଣ କରି ସମସ୍ତଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିବେ କହିଛନ୍ତି। ଏହି ଅବସରରେ କାର୍ଯ୍ୟାଳୟର କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ଅଧିକାରୀଙ୍କୁ ସ୍ବାଗତ ଜଣାଇଛନ୍ତି ।