ଆତ୍ମବିଶ୍ୱାସ ମଣିଷକୁ ଭିତରୁ ଦୃଢ଼ କରିଥାଏ। ଯେକୌଣସି ସମସ୍ୟା ଆସୁନା କାହିଁକି, ତାହାକୁ ସାହସର ସହ ସାମ୍ନା କରିବାକୁ ଏହା ଆମକୁ ପ୍ରେରଣା ଦେଇଥାଏ। ସେଥିପାଇଁ କୁହାଯାଏ, ଯାହାର ଆତ୍ମବିଶ୍ୱାସ ଯେତେ ଦୃଢ଼ ହୋଇଥାଏ ତାଙ୍କୁ ସଫଳତା ସେତେ ଶୀଘ୍ର ମିଳିଥାଏ। ଏହାକୁ ବଢ଼ାଇବା କ୍ଷେତ୍ରରେ ବାସ୍ତୁଶାସ୍ତ୍ରର ମଧ୍ୟ ଅନେକ ଭୂମିକା ରହିଛି।
ଯେମିତିକି: ସୂର୍ଯ୍ୟୋଦୟ ସମୟରେ ପୂର୍ବ ଦିଗକୁ ମୁହଁ କରି ଧଳା ହେଉ ଅବା ନାଲି ରଙ୍ଗର ଆସନରେ ବସି ପ୍ରାଣାୟାମ କଲେ ବ୍ୟକ୍ତିଙ୍କର ଆତ୍ମବିଶ୍ୱାସ କୁଆଡ଼େ ଅଧିକ ତୀବ୍ରତର ହୋଇଥାଏ ବୋଲି ବିଶ୍ୱାସ ରହିଛି।
ସେହିପରି କୁହାଯାଏ, କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ଘରୁ ବାହାରିବା ସମୟରେ ଘରର କୌଣସି ବିବାହିତା ସଧବା ସ୍ତ୍ରୀ ହୁଅନ୍ତୁ କିମ୍ବା କୁମାରୀ କନ୍ୟାଙ୍କର ସୁନ୍ଦର ହସ ହସ ମୁହଁକୁ ଦେଖିଯିବା ବି ଅନେକାଂଶରେ ସଫଳତା ଦେଇଥାଏ। କାରଣ ସେମାନଙ୍କର ହସ ହସ ମୁହଁ ମନକୁ ପ୍ରଫୁଲ୍ଲିତ ରଖିବା ସହ କାମ କରିବାକୁ ଆଗ୍ରହ ପ୍ରଦାନ କରିଥାଏ।
ଅନ୍ୟପକ୍ଷେ ହନୁମାନ ଚାଳିଶା ହେଉ ଅବା ଦୁର୍ଗା ସପ୍ତଶତୀ ମନ୍ତ୍ର କିମ୍ବା ମହାମୃତ୍ୟୁଞ୍ଜୟ ମନ୍ତ୍ର ପ୍ରତିଦିନ ଜପକଲେ ମନକୁ ଶାନ୍ତି ମିଳିବା ସହ ଆତ୍ମବିଶ୍ୱାସ ଦୃଢ଼ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।