ଏମିତି ଏକ ରାସ୍ତା ଯାହା ଉପରେ ଚାଲିଲେ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହୋଇଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି ରାସ୍ତା ନିର୍ମାଣ କରିଥିବା ଅନୁସନ୍ଧାନକାରୀଙ୍କ ମୁଖ୍ୟ ଡା. ରାହୁଲ ଭୈଶ କହିଛନ୍ତି, ଏହି ରାସ୍ତା ନିର୍ମାଣ ପାଇଁ ପାଇଓଲୋଜିକ୍ଟ୍ରିକ୍ ସାମଗ୍ରୀ ବ୍ୟବହାର କରାଯାଇଛି। ଏହା ଏକ ସ୍ବତନ୍ତ୍ର ପ୍ରକାରର ବସ୍ତୁ। ଯାହା ଯାନ୍ତ୍ରିକ ଶକ୍ତିରୁ ବୈଦ୍ୟୁତିକ ଶକ୍ତି ଉତ୍ପନ୍ନ କରିଥାଏ। ଏହା ରାସ୍ତାରେ ପଡୁଥିବା ଚାପ, ଷ୍ଟ୍ରେଚ୍ ଏବଂ ଘର୍ଷଣ ଦ୍ୱାରା ଯାନ୍ତ୍ରିକ ଶକ୍ତିରୁ ବୈଦ୍ୟୁତିକ ଶକ୍ତିରେ ପରିଣତ ହୋଇଥାଏ।
ଡକ୍ଟର ରାହୁଲ ଏବଂ ତାଙ୍କ ଟିମ୍ ପାଇଜୋଲେକ୍ଟ୍ରିକ୍ ସାମଗ୍ରୀରୁ ନିର୍ମିତ ରାସ୍ତାରେ ନୂତନ ଟେକ୍ନୋଲୋଜି ବ୍ୟବହାର କରି ଏହାର କ୍ଷମତା ବୃଦ୍ଧି କରିଛନ୍ତି। ଏହି ଟେକ୍ନୋଲୋଜିର ନାମ ହେଉଛି ଗ୍ରେଡ୍ ପୋଲ୍। ଏହା ଯୋଗୁ ପାଇଜୋଲେକ୍ଟ୍ରିକ୍ ସାମଗ୍ରୀରେ ନିର୍ମିତ ରାସ୍ତାର ଶକ୍ତି ଉତ୍ପାଦନ କ୍ଷମତା ୧୦୦ ଗୁଣ ଅଧିକ ହେବ। ଯଦି ରାସ୍ତାରୁ ୧ ଓ୍ବାଟ୍ ବିଦ୍ୟୁତ ଶକ୍ତି ଉତ୍ପାଦନ କରୁଥାଏ ଏହା ୧୦୦ ଓ୍ବାଟ୍ ବିଦ୍ୟୁତ୍ ଉତ୍ପାଦନ କରିବ। ଏଥିରେ ଅନେକ କୌଶଳ ବ୍ୟବହାର କରାଯାଇଛି। ସେପରିକି ରାସ୍ତାର ସାମଗ୍ରୀକୁ ବଙ୍କା କରିବା, ଦବାଇବା, ଟାଣିବା, ଘର୍ଷଣ ଇତ୍ୟାଦି। ଏଗୁଡ଼ିକୁ ଯାନ୍ତ୍ରିକ ଚାପ କୁହାଯାଏ। ରାସ୍ତାର ତଳ ଏବଂ ଉପର ସ୍ତରରେ ପାଇଜୋଲେକ୍ଟ୍ରିକ୍ କ୍ୟାଣ୍ଟିଲାଇଭର ବିମ୍ ଲଗାଯାଇଛି। ଏହା ଉପରେ ଚାଲିଲେ ଯାନ୍ତ୍ରିକ ଚାପ ସୃଷ୍ଟି ହୋଇ ଏଥିରୁ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହୋଇଥାଏ।