କୋଠା ଭୁଶୁଡ଼ି ଜଣେ ଶିଶୁଙ୍କ ସମେତ ୧୦ ମୃତ

ଡାମାସକସ୍‌,୨୨ା୧: ରବିବାର ସିରିଆର ଉତ୍ତର ଆଲେପ୍ପୋରେ ଏକ କୋଠା ଭୁଶୁଡ଼ି ପଡ଼ିବାରୁ ଜଣେ ଶିଶୁ ସମେତ ଅତି କମ୍‌ରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ପାଞ୍ଚ ମହଲା ବିଶିଷ୍ଟ କୋଠାଟି ଭୁଶୁଡି ପଡିଥିଲା । କୁହାଯାଉଛି, ଲଗାତର ଜଳ ନିଷ୍କାସନ ହେତୁ କୋଠାର ମୂଳଦୁଆ ଦୁର୍ବଳ ହୋଇଯାଇଥିଲା। ଫଳରେ ଭୁଶୁଡ଼ି ପଡ଼ିଥିଲା। କୋଠା ତଳେ ୩୦ ଜଣ ଚାପି ହୋଇଯାଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Share