Categories: ଜାତୀୟ

ମାୟାନଗରୀରେ ଭଶୁୁଡ଼ିଲା ୩ ମହଲା କୋଠା, ଚାପିହୋଇ ରହିଛନ୍ତି ଲୋକେ

ମୁମ଼୍ବାଇ,୨୭।୦୭: ମୟାନଗରୀ ମୁମ଼୍ବାଇ ସହରର ନିକଟବର୍ତ୍ତୀ ଶାହବାଜ ଗ୍ରାମରେ ଏକ ୩ ମହଲା ଘର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ଭଙ୍ଗା ଛାତ ତଳେ କିଛି ଲୋକ ଫସି ରହିଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ଦୁଇ ଜଣ ଲୋକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏନ୍‌ଡିଆର୍‌ଏଫ୍‌, ପୋଲିସ, ଅଗ୍ନିଶମ ଦଳ ଏବଂ ନଗରପାଳିକାର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଜଣେ ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ସେମାନେ ସକାଳ ୪.୫୦ ସମୟରେ କୋଠା ଭୁଶୁଡ଼ିବା ସମ୍ପର୍କରେ ସୂଚନା ପାଇଥିଲେ । ସୂଚନା ପାଇବା ପରେ, ଆମ ଦଳ ଏଠାରେ ପହଞ୍ଚିଥିଲା । ଦୁଇଜଣ ଲୋକ ଫସି ରହିଥିବା ଦେଖି ଆମେ ସେମାନଙ୍କୁ ଉଦ୍ଧାର କରିଛୁ । ମହମ୍ମଦ ସିରାଜ ନାମକ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି ଏବଂ ତାଙ୍କୁ ଖୋଜାଖୋଜି କରାଯାଉଛି।

Share