ବିଲ୍ଡିଂ ଧସିଲା, ୯/୧୧ ମନେପଡ଼ିଲା

ୱାଶିଂଟନ,୨୬ା୬: ଆମେରିକାର ଫ୍ଲୋରିଡାସ୍ଥିତ ମିଆମି ସହରରେ ୧୨ ମହଲା ବିଶିଷ୍ଟ ଏକ ୪୦ ବର୍ଷ ପରୁଣା କୋଠା ଭୁଶୁଡ଼ିପଡ଼ିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୫୯ ଜଣ ବାସିନ୍ଦା ନିଖୋଜ ହୋଇଯାଇଛନ୍ତି। ନିଖୋଜଙ୍କ ମଧ୍ୟରେ କେତେଜଣ ଲାଟିନ ଆମେରିକୀୟ ଅଛନ୍ତି। ପାରାଗୁଏର ପ୍ରଥମ ମହିଳା ସିଲ୍‌ଭାନା ଲୋପେଜ୍‌ ମୋରେଆଙ୍କ ଭଉଣୀ, ଜ୍ୱାଇଁ, ୩ ପିଲା ଓ ଚାକରଙ୍କୁ ମଧ୍ୟ ଉଦ୍ଧାରକାରୀ ଦଳ ଠାବ କରିପାରି ନାହାନ୍ତି। ଭଗ୍ନାବଶେଷ ତଳେ ଅନେକ ଚାପିହୋଇ ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ୩୫ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣା ବେଳେ ବିଲ୍ଡିଂରେ କେତେଜଣ ଲୋକ ଥିଲେ ତାହା ସ୍ପଷ୍ଟ ହୋଇନାହିଁ। ମିଆମିର ଉତ୍ତରରେ ଅବସ୍ଥିତ ସର୍ଫସାଇଡ୍‌ରେ ଚାମ୍ପ୍ଲେନ୍‌ ଟାୱାର୍ସ ୧୯୮୦ରେ ନିର୍ମିତ ହୋଇଥିଲା। ସେଠାରେ ୧୩୦ ଫ୍ଲାଟ ରହିଥିଲା। ଏଥିରୁ ପ୍ରାୟ ଅଧା ୟୁନିଟ ପ୍ରଭାବିତ ହୋଇଛି। ହଠାତ୍‌ କୋଠା ଭୁଶୁଡ଼ିଯିବାରୁ ଖୁବ୍‌ ଜୋର୍‌ରେ ଶବ୍ଦ ଶୁଣିବାକୁ ମିଳିଲା। ଭୂକମ୍ପ ଭଳି ଅନୁଭବ ହେଲା। କୋଠା ଭାଙ୍ଗି ଧରାଶାୟୀ ହେବାବେଳକୁ ୯/୧୧ ଆତଙ୍କବାଦୀ ଆକ୍ରମଣରେ ନ୍ୟୁୟର୍କର ଟୁଇନ୍‌ ଟାୱାର୍ସ ଧସିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଯେଭଳି ଭାବେ କୋଠାଟି ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ତାକୁ ଧ୍ୟାନରେ ରଖି ଅଘଟଣ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ଫ୍ଲୋରିଡା ଗଭର୍ନର ରୋନ୍‌ ଡିସେଣ୍ଟିସ୍‌ ଚେତାଇ ଦେଇଛନ୍ତି।

ଭଗ୍ନାବଶେଷ ତଳୁ ୩୫ ଉଦ୍ଧାର
ମୁମ୍ବାଇର ଫୋର୍ଟ ଏରିଆସ୍ଥିତ ଏକ କୋଠାର ଅଂଶ ଶୁକ୍ରବାର ସକାଳେ ଭୁଶୁଡ଼ିପଡ଼ିଛି। ବାଜୁ କୋଟାକ୍‌ ମାର୍ଗରେ ଥିବା ୫ ମହଲା ବିଶିଷ୍ଟ ଏହି ପୁରୁଣା ବିଲ୍ଡିଂର ତୃତୀୟ ଫ୍ଲୋରରେ ମହାରାଷ୍ଟ୍ର ହାଉସିଂ ଡେଭେଲପ୍‌ମେଣ୍ଟ ଅଥରିଟି (ଏମ୍‌ଏଚ୍‌ଏଡିଏ) ପକ୍ଷରୁ ରିପେୟାରିଂ କାମ ଚାଲିଥିବାବେଳେ ଏହାର ଛାତ ଧସିପଡ଼ିଥିଲା। ଅଗ୍ନିଶମ ବାହିନୀ ଓ ରେସ୍କ୍ୟୁ ଟିମ୍‌ ପହଞ୍ଚତ୍ ଭଗ୍ନାବଶେଷ ତଳୁ ୩୫ ଜଣଙ୍କୁ ଉଦ୍ଧାର କରିଛନ୍ତି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧରେ ଘରଦ୍ୱାର ହରାଇ ସ୍କୁଲ୍‌ରେ ନେଇଥିଲେ ଆଶ୍ରୟ: ଇସ୍ରାଏଲ୍‌ କଲା ବୋମାମାଡ଼

ଗାଜା ସିଟି,୨୧ା୯: ଯୁଦ୍ଧରେ ଘରଦ୍ୱାର ହରାଇ ପାଲେଷ୍ଟିନୀୟମାନେ ଗାଜା ସିଟିର ଏକ ସ୍କୁଲ୍‌ରେ ଆଶ୍ରୟ ନେଇଥିବାବେଳେ ସେଠାରେ ଇସ୍ରାଏଲ୍‌ ବୋମାମାଡ଼ କରିଛି। ଏଥିରେ ଅନୂ୍ୟନ ୨୧...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

‘ଆପଣଙ୍କ କାର ମୋ ମା’ଙ୍କ ଘର ସହ ସମାନ’, ମୋଦିଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓବାମା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ଆମେରିକାର ଡେଲାୱେରରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ବୈଠକରେ...

ଲେବାନନ ଆକ୍ରମଣକୁ ନେଇ ଚର୍ଚ୍ଚାରେ ମିଷ୍ଟ୍ରି ଗର୍ଲ!

ଜେରୁଜେଲମ,୨୧।୯: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଲେବାନନରେ ପେଜର୍‌ ଆକ୍ରମଣ ସାରା ବିଶ୍ୱରେ ଆଲୋଚନା ହେଉଛି। ଏହି ଆକ୍ରମଣ ସହ ଜଡିତ ଅନେକ ତଥ୍ୟ ସାମ୍ନାକୁ ଆସୁଛି।...

୫୮ ପୁରୁଷଙ୍କ ସହ ସମ୍ପର୍କ ରଖି ଫସିଲେ ଚାଇନାର ‘ବିୟୁଟିଫୁଲ ଗଭର୍ନର’

ବେଜିଂ,୨୧।୯: ଦକ୍ଷିଣ-ପଶ୍ଚିମ ଚାଇନାର ଜଣେ ମହିଳାଙ୍କୁ ୧୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଏବଂ ଅସଦାଚରଣ ପାଇଁ ଏକ ମିଲିୟନ ୟୁଆନ ଅର୍ଥାତ୍‌ ୧୮୩୦୦୦ ଆମେରିକୀୟ...

ଶ୍ରୀଲଙ୍କାରେ ଆଜି ରାଷ୍ଟ୍ରପତି ନିର୍ବାଚନ, ନାହାଁନ୍ତି ଜଣେ ବି ମହିଳା ପ୍ରାର୍ଥୀ

କଲମ୍ବୋ,୨୧।୯: ଶ୍ରୀଲଙ୍କାରେ ରାଷ୍ଟ୍ରପତି ପଦ ପାଇଁ ମତଦାନ ଶନିବାର ଅନୁଷ୍ଠିତ ହୋଇଛି। ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ଉପରେ ଭାରତ ସମେତ ବିଶ୍ୱର ନଜର ରହିଛି। ୨୦୨୨ରେ,...

ଆମେରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ମୋଦି: ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ରହିବ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଗସ୍ତ ଆମେରିକା ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ...

ଆମେରିକାର ଧ୍ରୁବୀ ପଟେଲ ମିସ୍‌ ଇଣ୍ଡିଆ ଓ୍ବାଲର୍‌ଡଓ୍ବାଇଡ୍‌

ଓ୍ବାଶିଂଟନ,୨୧ା୯: ଆମେରିକାର କମ୍ପ୍ୟୁଟର ଇନ୍‌ଫର୍ମେଶନ ସିଷ୍ଟମ୍‌ ଛାତ୍ରୀ ଧ୍ରୁବୀ ପଟେଲଙ୍କୁ ଚଳିତ ବର୍ଷର ମିସ୍‌ ଇଣ୍ଡିଆ ଓ୍ବାଲର୍‌ଡଓ୍ବାଇଡ୍‌ ବିଜେତା ଘୋଷଣା କରାଯାଇଛି। ଧ୍ରୁବୀ ବଲିଉଡ୍‌ ଅଭିନେତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri