୬ ମହଲା କୋଠା ଭୁଶୁଡ଼ିଲା, ଫସି ରହିଛନ୍ତି ୨୦ରୁ ଊର୍ଦ୍ଧ୍ୱ ଲୋକ

ବେଜିଂ,୩୦ା୪: ଚାଇନାର  ହୁନାନ ଜିଲାରେ ୬ ମହଲା ବିଶିଷ୍ଟ ଆବାସିକ କୋଠା ଭୁଶୁଡ଼ିବା ପରେ ଅତି କମରେ ୩୯ ଜଣ ନିଖୋଜ ଅଛନ୍ତି ଏବଂ ୨୦ରୁ ଅଧିକ ଜଣ ଫସି ରହିଛନ୍ତି। ଚାଇନାର ଅଧିକାରୀମାନେ ଶନିବାର ଏହି ସୂଚନା ଦେଇଛନ୍ତି। ବିଲ୍ଡିଂରେ ଫସି ରହିଥିବା ଏବଂ ଆହତମାନଙ୍କୁ ଉଦ୍ଧାର କରିବା ପାଇଁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ସବୁକିଛି ସମ୍ଭବ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Share