Categories: ଜାତୀୟ

ଦିଲ୍ଲୀରେ ଭୁଷୁଡ଼ିିଲା ନିର୍ମାଣଧିନ କୋଠା

ନୂଆଦିଲ୍ଲୀ,୨୫।୪: ରାଜଧାନୀ ଦିଲ୍ଲୀରେ ସୋମବାର ଏକ ବଡ଼ ଅଘଟଣ ଘଟିଛି। ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ କୋଠା ଭୁଷୁଡ଼ିପଡ଼ିଛି। ଫଳରେ ଏହି ଦୁର୍ଘଟଣାରେ ୫ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଫସିଯାଇଥିଲେ। ଘଟଣାସ୍ଥଳରେ ଏନ୍‌ଡିଆରଏଫ୍‌ ଟିମ୍‌ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି। ସୂଚନା ମୁତାବକ, ସତ୍ୟ ନିକେତନ ଅଞ୍ଚଳରେ ଏକ ଭବନର ନିର୍ମାଣ କାର୍ଯ୍ୟ ଚାଲିଥିଲା। ଶ୍ରମିକମାନେ କାର୍ଯ୍ୟରେ ଲାଗିଥିବା ବେଳେ ହଠାତ୍‌ ଭବନର କିଛି ଅଂଶ ଭୁଷୁଡ଼ିପଡ଼ିଲା। ଘଟଣାସ୍ଥଳରେ କାର୍ଯ୍ୟ କରୁଥିବା ଶ୍ରମିକମାନେ କେହି କିଛି ବୁଝି ପାରି ନ ଥିଲେ। କୁହାଯାଉଛି, କାମ କରୁଥିବା ୫ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଫସିରହିଥିଲେ। ଘଟଣାସ୍ଥଳରେ ଏନ୍‌ଡିଆରଫ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ତେବେ ଦୀର୍ଘ ୫ଘଣ୍ଟାର ଉଦ୍ୟମ ପରେ ଉକ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଫସିରହିଥିବା ଶ୍ରମିକମାନେ ବିହାର ଅରରିଆ ଜିଲାର ବାସିନ୍ଦା ବୋଲି କୁହାଯାଉଛି। ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଟୁଇଟ କରି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। କାଳେ ଭୁଲ ବଶତଃ ଭଗ୍ନାବଶେଷ ତଳେ ଆଉ କେହି ଫସିରହିଥିବେ। ତେଣୁ ଏବେ ବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Share