ମଙ୍ଗଳ ଗ୍ରହରେ ବସତି ସ୍ଥାପନ ପାଇଁ ଆବଶ୍ୟକ ୨୨ଜଣ

ଓ୍ବାଶିଂଟନ୍‌,୨୭।୮: ମଙ୍ଗଳ ଗ୍ରହକୁ ମଣିଷ ପଠାଇବା ପାଇଁ ଅନେକ ପ୍ରକାରର ଗବେଷଣା ଓ ଅନୁସନ୍ଧାନ ଚାଲିଛି। ଏଥିମଧ୍ୟରେ ମଙ୍ଗଳ ଗ୍ରହରେ ବସତି ସ୍ଥାପନା ପାଇଁ ବୈଜ୍ଞାନିକମାନେ ଅଧିକ ଗବେଷଣା କରୁଛନ୍ତି। ତେବେ ବସତି ସ୍ଥାପନ ବିଷୟରେ ଚିନ୍ତା କଲେ ହେବନି ରହିବା ଯୋଗ୍ୟ ଅଞ୍ଚଳ ଚିହ୍ନଟ କରି କେବଳ ହାତ ଗଣତି ଅଳ୍ପ ଲୋକଙ୍କୁ ସେଠାରେ କଲୋନି କରିବାକୁ ଅନୁମତି ଦିଆଯିବ। ତେବେ ଏଠାରେ ପ୍ରଶ୍ନ କରାଯାଇପାରେ ଯେ, କେତେଜଣଙ୍କ ଦ୍ୱାରା ଏଠାରେ କଲୋନି ସ୍ଥାପନ ହୋଇପାରିବ।

ବୈଜ୍ଞାନିକଙ୍କ ରିପୋର୍ଟ ଅନୁଯାୟୀ, କେବଳ ୨୨ ଜଣ ମହାକାଶଚାରୀ ମଙ୍ଗଳ ପୃଷ୍ଠରେ କଲୋନୀ କିମ୍ବା ଘର କରି ରହିପାରିବେ। ଜର୍ଜ ମେସନ ୟୁନିଭରସିଟିର ଅନୁସନ୍ଧାନକାରୀମାନେ ଏହି ରିପୋର୍ଟ ପ୍ରକାଶ କରିଛନ୍ତି।

କୌତୁହଳର ବିଷୟ, ପୂବରୁ ବୈଜ୍ଞାନିକମାନେ ଆକଳନ କରିଥିଲେ ଯେ, ମଙ୍ଗଳ ଗ୍ରହରେ ୧୦୦ରୁ ୫୦୦ଲୋକ ଯାଇ ରହିପାରିବେ। କିନ୍ତୁ ଏବେ ଏହାକୁ ପରିବର୍ତ୍ତନ କରି ୨୨ଜଣ ବୋଲି କହିଛନ୍ତି।

ବିଶ୍ୱର ମହାକାଶ ଏଜେନ୍ସିମାନେ ଦୀର୍ଘ ଦିନ ଧରି ମଙ୍ଗଳ ଗ୍ରହ ବିଷୟରେ ଅଧ୍ୟୟନ କରୁଛନ୍ତି। ସେଠାରେ ମାନବ ରହଣି ପ୍ରକୃତରେ ଏକ ବଡ଼ ଆହ୍ବନ ସୃଷ୍ଟି କରିବ। ସେଠାରେ ଘର କରିବା ପାଇଁ ସୀମିତ ସମ୍ବଳ ଉପଲବ୍ଧ ରହିବ। ତେଣୁ ମଙ୍ଗଳ ଗ୍ରହରେ ରହିବା ବହୁତ ଜଣ ରହିବା ସହଜ ନୁହେଁ ବୋଲି ବୈଜ୍ଞାନିକମାନେ ମତ ପ୍ରକାଶ କରିଛନ୍ତି।

Share