Posted inଫୁରସତ

ଦେଶର ଭବିଷ୍ୟତ ନିର୍ମାଣର ବିନ୍ଧାଣି

ଶିକ୍ଷାନୁଷ୍ଠାନଗୁଡ଼ିକ ମଣିଷ ତିଆରି କାରଖାନା ଆଉ ସେହି କାରଖାନାର କାରିଗର ହେଉଛନ୍ତି ଶିକ୍ଷକ। ଜଣେ ଛାତ୍ରର ଭବିଷ୍ୟତ ଗଢ଼ିବାରେ ଶିକ୍ଷକମାନେ ବିଶ୍ୱକର୍ମାର ଭୂମିକା ଗ୍ରହଣ କରିଥାନ୍ତି। ବିଶ୍ୱକର୍ମାଙ୍କ ବିନା ଯେପରି ସୁନ୍ଦର ସ୍ଥାପତ୍ୟ ଗଢ଼ିବା ଅସମ୍ଭବ, ସେହିପରି ଶିକ୍ଷକଙ୍କ ବିନା ଜଣେ ସଫଳ ଛାତ୍ର ସୃଷ୍ଟି ହେବା ଆଶା କରାଯାଇ ନ ପାରେ। ବିଶ୍ୱର ପ୍ରତ୍ୟେକ ଦେଶ ନିଜ ନିଜର ଶିକ୍ଷକମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଶିକ୍ଷକ ଦିବସ ପାଳନ କରିଥାନ୍ତି। ଆଗାମୀ ଭବିଷ୍ୟତକୁ ଗଢ଼ିବାରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ଶିକ୍ଷକ ହେଉଛନ୍ତି ଦେଶର ଭବିଷ୍ୟତ ନିର୍ମାଣର ବିନ୍ଧାଣି। ରାଷ୍ଟ୍ର ଗଠନରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ହୃଦୟଙ୍ଗମ କରି ‘ୟୁନେସ୍କୋ’ ତରଫରୁ ୧୯୯୪ଠାରୁ ଅକ୍ଟୋବର ୫କୁ ବିଶ୍ୱ ଶିକ୍ଷକ ଦିବସ ରୂପେ ପାଳନ କରାଯାଉଛି। ବିଶ୍ୱ ଶିକ୍ଷକ ଦିବସ ଅବସରରେ ସାରା ବିଶ୍ୱର ଲୋକେ ନିଜ ନିଜ ଶିକ୍ଷକଙ୍କୁ ସମ୍ମାନ ଜଣାଇଥାନ୍ତି।

ବିକାଶ କେବଳ ୩ ଜଣଙ୍କ ଦ୍ୱାରା ସମ୍ଭବ ହୋଇଥାଏ। ସେମାନେ ହେଲେ ପିତା, ମାତା ଓ ଶିକ୍ଷକ। ଶିଶୁଟିକୁ ଉଚିତ ମାର୍ଗରେ ଗଢ଼ିଲେ ସେ ପରବର୍ତ୍ତୀ ସମୟରେ ଭଲ ମଣିଷଟିଏ ହେବ ଓ ଭଲ ପରିବାରଟିଏ ଗଢ଼ିପାରିବ। ଭଲ ପରିବାରଟିଏ ଗଢ଼ିପାରିଲେ ଏକ ସୁସ୍ଥ ସମାଜ ଓ ସମୃଦ୍ଧଶାଳୀ ରାଷ୍ଟ୍ର ଗଠନ ସମ୍ଭବ ହେଇପାରିବ। ଏ କ୍ଷେତ୍ରରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶିକ୍ଷକମାନଙ୍କୁ ସମ୍ମାନ ପ୍ରଦାନ କରିବା ହେଉଛି ପ୍ରତ୍ୟେକ ଶିଷ୍ୟଙ୍କର ପ୍ରଧାନ କର୍ତ୍ତବ୍ୟ। ସେମାନଙ୍କ ସମ୍ମାନାର୍ଥେ ଶିକ୍ଷକ ଦିବସ ପାଳନ ଦ୍ୱାରା ସମାଜରେ ଗୁରୁଶିଷ୍ୟଙ୍କ ସମ୍ପର୍କକୁ ନିବିଡ଼ କରିଥାଏ।
ଜନ୍ମ ହେବାପରେ ପ୍ରଥମେ ଜନ୍ମଦାତ୍ରୀଙ୍କୁ ଚିହ୍ନିବା ଆରମ୍ଭ କରିଥାଏ। ଧୀରେଧୀରେ ମା’ଠାରୁ ଦରୋଟି ଭାଷା ଶିଖିଥାଏ। ତେଣୁ ମା’ଙ୍କୁ ପ୍ରଥମ ଶିକ୍ଷକ କୁହାଯାଇଥାଏ। ବୟସ ବଢ଼ିବା ସହ ଅନୁକରଣପ୍ରିୟ ଶିଶୁର ଶିକ୍ଷାର ବିକାଶରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

ଶିଶୁ ମନରେ କିଭଳି ସହଜରେ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟିହେବ ସେନେଇ ଶିକ୍ଷକ ପ୍ରୟାସ କରିଥାନ୍ତି। କଞ୍ଚାମାଟିରେ ମାଠିଆର ପୂର୍ଣ୍ଣାଙ୍ଗ ରୂପ ଭଳି ଶିଶୁର ଜ୍ଞାନର ବିକାଶ ପ୍ରତି ତୀକ୍ଷ୍‌ଣ ଦୃଷ୍ଟି ଶିକ୍ଷକ ରଖିଥାନ୍ତି। ଶିଶୁର ନିରୀହ ମନକୁ ବୋଧଗମ୍ୟ ହେଉଥିବା ବିଭିନ୍ନ ସରଳ ଗପ ଏବଂ ଖେଳ ସହ ପାଠପଢ଼ା ଆଗେଇନେବା ପ୍ରତି ଶିକ୍ଷକ ଗୁରୁତ୍ୱ ଦିଅନ୍ତି। ପାଠପଢ଼ା ଶିକ୍ଷା ଦେବା ସହଜ ନୁହେଁ। ସେଥିପାଇଁ ପ୍ରତିଟି ସଭ୍ୟତାରେ ଶିକ୍ଷାଦାନ କରୁଥିବା ଗୁରୁଙ୍କୁ ସବୁବେଳେ ସମ୍ମାନର ସ୍ଥାନ ପ୍ରଦାନ କରାଯାଇଥାଏ। ଶିକ୍ଷକ ନିଜର ଗୁରୁତ୍ୱ ରକ୍ଷାକରି ପ୍ରତିଟି ଯୁଗରେ ଜ୍ଞାନଚକ୍ଷୁରେ ମଣିଷଗଢ଼ା କାର୍ଯ୍ୟକୁ ଜାରି ରଖିଛନ୍ତି।

ଗୁରୁଙ୍କୁ ସମ୍ମାନ ପ୍ରଦାନ ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଏହି ଦିବସ ପାଳନ କରାଯାଇଥାଏ।
ପୂର୍ବରୁ ୧୯୬୬ ଅକ୍ଟୋବର ୫ରେ ପ୍ୟାରିସ୍‌ଠାରେ ୟୁନେସ୍କୋ ଏବଂ ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ(ଆଇଏଲ୍‌ଓ) ପକ୍ଷରୁ ଶିକ୍ଷକଙ୍କ ବହୁବିଧ ସମସ୍ୟାର ସମାଧାନ ଲାଗି ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା। ଏହାଦ୍ୱାରା ଅନ୍ତର୍ଜାତୀୟସ୍ତରର ଶିକ୍ଷାନୀତି, ନିଯୁକ୍ତି, ଗୁଣବତ୍ତାଯୁକ୍ତ ଶିକ୍ଷାଦାନରେ ଶିକ୍ଷକଙ୍କ ସ୍ଥିତିର ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
୧୯୯୭ ଅକ୍ଟୋବର ୫ରେ ୟୁନେସ୍କୋ ବୈଠକରେ ଶିକ୍ଷକଙ୍କ ଉଚ୍ଚଶିକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ୨୦୧୬ରେ ବିଶ୍ୱ ଶିକ୍ଷକ ଦିବସ ଅବସରରେ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହାମଡାନ ପୁରସ୍କାର ଅନ୍ତର୍ଭୁକ୍ତ ହୋଇଥିଲା। ଏହି ପୁରସ୍କାର ସମାଜ ପ୍ରତି ଥିବା ଶିକ୍ଷକଙ୍କ ଅମୂଲ୍ୟ ଅବଦାନ ଲାଗି ଉଦ୍ଦିଷ୍ଟ।
ଶିକ୍ଷକଙ୍କ ଋଣ ତ ଶୁଝିହେବ ନାହିଁ, ମାତ୍ର ଏଭଳି ପ୍ରୟାସ ଦ୍ୱାରା କିଞ୍ଚତ୍ତ୍‌ ସମ୍ମାନ ପ୍ରଦାନର ପ୍ରୟାସ ବିଶ୍ୱ ଶିକ୍ଷକ ଦିବସ ପାଳନ ମାଧ୍ୟମରେ କରାଯାଇଥାଏ। ସମାଜରେ ଶିକ୍ଷକଙ୍କ ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ।

 


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ଏହି ଗ୍ରାମ: ପ୍ରତି ଘରେ ଆଇଏଏସ୍‌, ଆଇପିଏସ୍‌

ଲକ୍ଷ୍ନୌ:ସମ୍ପ୍ରତି ସରକାରୀ ଚାକିରି ପାଇବା ଅନେକଙ୍କ ପାଇଁ କାଠିକର ହୋଇପଡ଼ିଛି। ଆଇଏଏସ୍‌ ଏବଂ ଆଇପିଏସ୍‌ ହେବାକୁ ବହୁ ଛାତ୍ରୀଛାତ୍ର ସ୍ବପ୍ନ ଦେଖୁଥିଲେ ମଧ୍ୟ ପ୍ରତିଯୋଗିତାର ସ୍ତର...

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri