ନୂଆଦିଲ୍ଲୀ,୫।୯: ବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶକ (ଡିଜିସିଏ) ରାଜଧାନୀର କିଛି ବିଲ୍ଡିଂର ଉଚ୍ଚତା କମାଇବା ପାଇଁ ଦିଲ୍ଲୀର ଡେଭଲପମେଣ୍ଟ ଅଥରିଟି (ଡିଡିଏ)କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ଯୋଗୁ କିଛି ବିଲ୍ଡିଂର ଉପର ୪ ମହଲାର ଉଚ୍ଚତା କମାଇବାକୁ ପଡ଼ିବ।
ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଖରେ ବିମାନ ଚଳାଚଳରେ ବାଧା ଦେଉଥିବା ବିଲ୍ଡିଂକୁ ଚିହ୍ନଟ କରିବାକୁ ଗତ ୨୬ ତାରିଖରେ ଡିଜିସିଏ ନିର୍ଦ୍ଦେଶ ଦେଇଥିଲା। ଦିଲ୍ଲୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ଲିମିଟେଡ୍ (ଡିଆଇଏଲ) ପକ୍ଷରୁ ଏକ ବିସ୍ତୃତ ସର୍ଭେ କରାଯିବା ପରେ ଜାରି ହୋଇଥିଲା ଏହି ନିର୍ଦ୍ଦେଶ। ଡିଜିସିଏର ଚୂଡ଼ାନ୍ତ ନିଷ୍ପତ୍ତି ପରେ ଡିଡିଏ ବିଲ୍ଡିଂର ଉଚ୍ଚତା କମାଇବା ପାଇଁ ସମ୍ପୃକ୍ତ ବିଭାଗକୁ ନୋଟିସ ଜାରି କରିଛି। ନୋଟିସ ଜାରି କରାଯିବାର ୬୦ ଦିନ ମଧ୍ୟରେ ୧୫ଟି ଟାଓ୍ବାର୍ସ ଉଚ୍ଚତା କମାଇବାକୁ ପଡ଼ିବ।