ପାଟନା,୧୯।୧୨: ପାଞ୍ଚ ବର୍ଷ ତଳେ ନିର୍ମାଣ ହୋଇଥିବା ବିହାରର ଏକ ବ୍ରିଜ୍ ରବିବାର ଭୁଶୁଡି ପଡିଛି। ଘଟଣା ସମୟରେ ବ୍ରିଜ୍ ଉପରେ କେହି ନ ଥିବାରୁ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି। ୧୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ବ୍ରିଜ୍ଟି ବେଗୁସରାଇ ଜିଲାର ବୁରି ଗନ୍ଧକ ନଦୀ ଉପରେ ୧୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ବ୍ରିଜ୍ଟି ଖୁବ୍ଶୀଘ୍ର ଉଦ୍ଘାଟିତ ହୋଇଥାନ୍ତା ହେଲେ ଏହା ପୂର୍ବରୁ ଭୁଶୁଡି ପଡିଛି। ତେବେ ଯାନବାହାନ ଉପରେ ଅନୁମତି ନ ଥିବାରୁ ବ୍ରିଜ୍ଟି କେବଳ ବ୍ୟବହୃତ ହେଉଥିଲା ବୋଲି ବାସିନ୍ଦା କହିଛନ୍ତି। ମୁଖ୍ୟମନ୍ତ୍ରୀ ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ (ନାବାର୍ଡ) ଯୋଜନା ଅଧୀନରେ ଏହି ବ୍ରିଜ୍ଟି ନିର୍ମାଣ କରାଯାଇଥିଲା। ବ୍ରିଜ୍ ଭୁଶୁଡିବା ଯୋଗୁ ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହେବେ ବୋଲି ଅଧିକାରୀ କହିଛନ୍ତି।