ଯୁବତୀଙ୍କୁ ନ୍ୟୁଡ୍‌ କଲ୍‌ରେ ସାମିଲ୍‌ କରୁଥିଲେ ବୁଖାରୀ

ଭୁବନେଶ୍ୱର,୨୦।୧୨: କଶ୍ମୀର ଆତଙ୍କବାଦୀ ସୟଦ ଇଶାନ ବୁଖାରୀଙ୍କ ପୁଣି ଏକ ନୂଆ ସଡ଼ଯନ୍ତ୍ର ସାମ୍ନାକୁ ଆସିଛି। ଯୁବତୀଙ୍କୁ ହନିଟ୍ରାପ୍‌ରେ ବ୍ୟବହାର କରୁଥିବା ସନ୍ଦେହ କରାଯାଉଛି। ଏ ନେଇ ସେ ନିଜେ ଆପ୍‌ ତିଆରି କରିଥିଲେ। ଏହି ଆପ୍‌ ଜରିଆରେ ସେ ଯୁବତୀଙ୍କ ସହ ଆଲୋଚନା କରୁଥିଲେ। ପରେ ନ୍ୟୁଡ୍‌ କଲ୍‌ରେ ସାମିଲ ହେଉଥିବା ଯୁବତୀଙ୍କଠାରୁ ମୋଟା ଅଙ୍କର କମିସନ ନେଉଥିଲେ। ଏହା ସହ ଓଡ଼ିଶାର ୨ ଯୁବତୀଙ୍କ ସହ ବୁଖାରୀ ସମ୍ପର୍କରେ ଥିଲେ। ତାଙ୍କର ୯ଟି ବ୍ୟାଙ୍କ ଆକାଉଣ୍ଟ ରହିଛି।

Share