Categories: ଜାତୀୟ

ବିଧାୟକଙ୍କ ମା’ଙ୍କଠାରୁ ଲୁଟ୍‌

ଗାଜିଆବାଦ୍‌,୧୩।୯: ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ବିଧାୟକଙ୍କ ମା’ଙ୍କଠାରୁ ଲୁଟ୍‌ କରିନେଇଛନ୍ତି ଡକାୟତ। ମଙ୍ଗଳବାର ସକାଳେ ବୁଲନ୍ଦଶହରର ଭାଜପା ବିଧାୟକ ପ୍ରଦୀପ ଚୌଧୁରୀଙ୍କ ମା’ ସନ୍ତୋଷୀ ଦେବୀ ଚାଲିବାକୁ ଯାଇଥିବାବେଳେ ପ୍ରତାପ ବିହାର ନିକଟରେ କିଛି ବ୍ୟକ୍ତି ବାଇକ୍‌ରେ ଅସ୍ତ୍ରଶସ୍ତ୍ର ସହ ଆସି ତାଙ୍କ କାନ ଫୁଲ ଟାଣିନେଇଥିବା ଜଣାପଡିଛି। ଏହି ଘଟଣା ସମ୍ପର୍କରେ ସୂଚନା ପାଇ ବିଜୟ ନଗର ପୋଲିସ ପୋଲିସ ସେଠାରେ ପହଞ୍ଚିଥିଲା। ପୋଲିସ ଏନେଇ ଏକ ମାମଲା ରୁଜୁ କରିଛି।
ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ କହିବାନୁସାରେ, ବିଧାୟକଙ୍କ ମା ’ସକାଳୁ ସକାଳୁ ବୁଲୁଥିଲେ। ବାଇକରେ ଅସ୍ତ୍ରଶସ୍ତ୍ର ଧରି ଆସିଥିବା କିଛି ବ୍ୟକ୍ତି ପଛପଟୁ ତାଙ୍କ ଫୁଲ ଚାଣି ନେଇ ଫେରାର ହୋଇଯାଇଥିଲେ। ପରେ ସନ୍ତୋଷୀଙ୍କ କାନରୁ ଧାର ଧାର ରକ୍ତ ବୋହିଥିଲା। ଏହା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ନିଆଯାଇଥିଲା।

Share