Advertisement

ଭାଜପା ଏମ୍‌ପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ବୁଥ୍‌କୁ ଯିବା ଉପରେ ଲାଗିଲା କଟକଣା

ବୁଲନ୍ଦସହର,୧୮।୪: ଉତ୍ତରପ୍ରଦେଶରେ ୮ଟି ଆସନ ପାଇଁ ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି। ଏହି ନିର୍ବାଚନ ସମୟରେ କେତେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖାଦେଇଥିବା ବେଳେ ବହୁ ବିବାଦ ମଧ୍ୟ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ବୁଲନ୍ଦସହରର ଭାଜପା ଏମ୍‌ପି ଭୋଲା ସିଂହଙ୍କୁ  ପୋଲିଂ ବୁଥ୍‌ରେ ପ୍ରବେଶ ନେଇ କଟକଣା ଲଗାଯାଇଛି। ସୂଚନାଯୋଗ୍ୟ, ଭୋଲା ସିଂହ ଏକ ପୋଲିଂ ବୁଥ୍‌ରେ ପହଞ୍ଚିବା ପରେ ଇଭିଏମ୍‌ ପାଖକୁ ଯାଇଥିଲେ। ସେହି ସମୟରେ ବାହାରେ ଥିବା ସୁରକ୍ଷାକର୍ମୀ ତାଙ୍କୁ ଅଟକାଇଥିଲେ। ଏଥିରେ ଭୋଲା ଉତ୍ତ୍ୟକ୍ତ ହୋଇ ସୁରକ୍ଷାକର୍ମୀଙ୍କ ସହ ପାଟିତୁଣ୍ଡ କରିବା  ପରେ ଜିଲାପାଳଙ୍କୁ ଫୋନ କରିଥିଲେ। ଭୋଲା ଇଭିଏମ ପାଖକୁ ଯାଉଥିଲେ ବୋଲି ସୁରକ୍ଷାକର୍ମୀ ଜିଲାପାଳଙ୍କୁ ଫୋନରେ କହିଥିଲେ। ଏହାପରେ ଜିଲାପାଳଙ୍କ ଅନୁମତିରେ ସୁରକ୍ଷାକର୍ମୀ ଭୋଲା ସିଂହଙ୍କୁ ବୁଥ୍‌ ଭିତରକୁ ଛାଡିଥିଲେ। ତେବେ ଏହି ଘଟଣାକୁ ନେଇ ଜିଲାପାଳ ଏମ୍‌ପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି। କୌଣସି ବୁଥ୍‌କୁ ଯିବା ପାଇଁ ତାଙ୍କୁ ବାରଣ କରାଯାଇଥିବା ସୂଚନା ମିଳିଛି। ସୂଚନା ମୁତାବକ, ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ, ଜଣେ ଆଶାୟୀ ପ୍ରାର୍ଥୀ ଯାଞ୍ଚ ପାଇଁ ପୋଲିଂ ବୁଥ୍‌ ଭିତରକୁ ଯାଇପାରିବେ। ହେଲେ ଇଭିଏମ ପାଖକୁ ଯାଇପାରିବେ ନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share