Categories: ଜାତୀୟ

‘ବୁଲାତି ହେ ପର୍‌ ଜାନେକା ନେହିଁ’: ଆଜି ବି ଇଣ୍ଟରନେଟରେ ଭାଇରାଲ ଇନ୍ଦୋରୀଙ୍କ କବିତାର ଏହି ପଂକ୍ତି

ନୂଆଦିଲ୍ଲୀ,୧୧।୮: ପରଲୋକରେ ଖ୍ୟାତନାମା କବି ରାହତ ଇନ୍ଦୋରୀ। ହୃଦଘାତରେ ତାଙ୍କର ନିଧନ ହୋଇଥିବା ସୂଚନା ମିଳିଥିବା ବେଳେ ସେ କରୋନାରେ ମଧ୍ୟ ଆକ୍ରାନ୍ତ ଥିବା ଜଣାପଡ଼ିଛି। ତେବେ ଅନେକ କବିତା ପାଇଁ ସେ ଚର୍ଚ୍ଚିତ ହୋଇଛନ୍ତି। ସେଥିରୁ ଗୋଟିଏ ଥିଲା ‘ବୁଲାତି ହୈ ପର୍‌ ଜାନେକା ନେହିଁ, ‘ବୋ ଦୁନିଆ ହୈ ଉଧର ଜାନେ କା ନେହିଁ। ଏହି କବିତାର ପ୍ରଥମ ପଂକ୍ତି ବେଶ୍‌ ଭାଇରାଲ ହୋଇଥିଲା। ଏକାଧିକ ମେମେ ନିର୍ମାଣ ହୋଇଥିଲା।

ଏହାଛଡ଼ା ‘ମେରେ ହୁଜରେ ମେ ନହିଁ ଔର କହି ପର ରଖ ଦୋ, ଆସମାନ୍‌ ଲାୟେ ହୋ ଲେ ଆଓ ଜମିନ୍‌ ପର ରଖ ଦୋ’ ମଧ୍ୟ ପ୍ରଶଂସକୀୟ ଆଦୃତୀ ଲାଭ କରିଥିଲା। ଏଭଳି ଅନେକ କବିତା ପାଇଁ ସେ ଜନମାନସରେ ଘର କରିଥିଲେ। ଏଭଳି ଅଚାନକ ଭାବେ ତାଙ୍କ ନିଧନ କବି ଜଗତରେ ଗଭୀର କ୍ଷତ ସୃଷ୍ଟି କରିଛି। ଅନେକଙ୍କୁ ତାହା ଚକିତ କରିଦେଇଛି।

Share