ବସ୍‌ରେ ଅଗ୍ନିକାଣ୍ଡ: ଜୀଅନ୍ତା ଜଳିଗଲେ ୪୬ ଯାତ୍ରୀ

ସୋଫିଆ,୨୩।୧୧:ବୁଲଗେରିଆରେ ଏକ ଅଭାବନୀୟ ଘଟଣା ଘଟିଛି। ଉତ୍ତର ମାସିଡୋନିଆର ଏକ ବସରେ ହଠାତ୍‌ ଅଗ୍ନିକାଣ୍ଡ ଘଟିବାରୁ ୪୬ ଜଣ ଜିଅନ୍ତା ଦଗ୍ଧ ହୋଇଯାଇଛନ୍ତି। ସ୍ଥାନୀୟ ସମୟ ସକାଳ ୨ଟାରେ ଏହି ଅଗ୍ନିକାଣ୍ଡ ଘଟିଛି। ଏ ନେଇ ବୁଲଗେରିଆନ ନ୍ୟାଶନାଲ ଟିଭି (ବିଏନଟି)ରେ ସୂଚନା ଦିଆଯାଇଛି। ମୃତାହତ ହୋଇଥିବା ଲୋକଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ସାମିଲ ଅଛନ୍ତି। ନିଆଁରେ ପୋଡି ହୋଇ ଗୁରୁତର ହୋଇଥିବା ୭ ଜଣଙ୍କୁ ସୋଫିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋଫିଆରୁ ପାଖାପାଖି ୪୫ କିଲୋମିଟର ଦୂର ପଶ୍ଚିମରେ ଷ୍ଟ୍ରୁମା ହାଇୱେରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ବସରେ ୫୩ ଜଣ ଯାତ୍ରୀ ଉପସ୍ଥିତ ଥିଲେ।
ସୋଫିଆରେ ଉତ୍ତର ମାକେଡୋନିଆର ଦୂତାବାସର ଜଣେ ଅଧିକାରୀ କହିଛନ୍ତି ଯେ ଏହି ଘଟଣାର ଅଧିକାଂଶ ପୀଡିତ ବ୍ୟକ୍ତି ଉତ୍ତର ମାକେଡୋନିଆର ନାଗରିକ। ଅଧିକାରୀ କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

Share