ବ୍ରିଟେନ ପରେ ଏବେ ରୁଷିଆ ପାଇଁ ନିଜ ଏୟାର ସ୍ପେସ୍‌ ବନ୍ଦ କଲା ବୁଲଗେରିଆ

ଶୋଫିଆ,୨୬।୨: ୟୁକ୍ରେନକୁ ଆକ୍ରମଣ କରିବା ଏବେ ରୁଷିଆକୁ ମହଙ୍ଗା ପଡ଼ିଛି। କାରଣ ସମଗ୍ର ଦେଶ ରୁଷିଆର ଏହି କାର୍ଯ୍ୟକୁ ନିନ୍ଦା କରିବା ସହ ବିରୋଧ କରୁଛି। ଇତିମଧ୍ୟରେ ବ୍ରିଟେନ ପରେ ଏବେ ରୁଷିଆ ବିମାନ ପାଇଁ ବୁଲଗେରିଆ ମଧ୍ୟ ନିଜର ଏୟାର ସ୍ପେସ୍‌ ବନ୍ଦ କରିଦେଇଥିବା ଜଣାପଡ଼ିଛି। ରୁଷିଆ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ହେଉଥିବା ଦେଶର ବିମାନ ଉଡାଣ ଉପରେ ବୁଲଗେରିଆ ପ୍ରତିବନ୍ଧକ ଲଗାଇଛି। ଶନିବାରଠାରୁ ଏହି ବିମାନ ଚଳାଚଳ ବନ୍ଦ ରହିବ ବୋଲି ବୁଲେଗେରିଆ ପରିବହନ ମନ୍ତ୍ରଣାଳୟ ପକ୍ଷରୁ କୁଯାହାଇଛି। ଶୁକ୍ରବାର ଏକ ବୈଠକରେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ପଦକ୍ଷେପ ସାମରିକ ବିବାଦର ବୃଦ୍ଧି ଓ ୟୁକ୍ରେନ ସହ ଏକତାର ସଙ୍କେତ ରୂପ। ଏହାପୂର୍ବରୁ ଆମେରିକା ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଓ ବୈଦେଶିକ ମନ୍ତ୍ରୀଙ୍କ ସମେତ ଅନେକ ଲୋକଙ୍କ ସମ୍ପତ୍ତି ଫ୍ରିଜ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ।

 

Share