ବୁଲା ଷଣ୍ଢ ଆକ୍ରମଣ: ଚକଟି ମାରିଲା, ଜଣଙ୍କୁ କଚାଡ଼ିଦେଲା

ଭଦ୍ରକ,୨୨।୧୧(ସନାତନ ରାଉତ): ଭଦ୍ରକ ଚରମ୍ପା ହ୍ୟାପିହୋମ ସ୍କୁଲ ନିକଟରେ ଏକ ବୁଲା ଷଣ୍ଢ ଆକ୍ରମଣରେ ବୁଧବାର ସକାଳେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ହ୍ୟାପିହୋମ ସ୍କୁଲ ନିକଟସ୍ଥ ହନୁମାନ ମନ୍ଦିର ନିକଟରେ ପଥରଆଡି ସାହିର ଶାନ୍ତିଲତା ପଣ୍ଡା (୭୫)ଫୁଲ ତୋଳୁଥିବା ବେଳେ ଷଣ୍ଡ ହଠାତ ତାଙ୍କୁ ଆକ୍ରମଣ କରିଥିଲା । ଏପରିକି ସେ ତଳେ ପଡିଯିବା ପରେ ତାଙ୍କୁ ଦଳିଚକଟି ଦେଇଥିଲା। ପରେ କୋଡ଼ବାରୁଆଁ ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ପଥରଆଡି ସାହିର ସାଇପ୍ରସନ୍ନା ଦାଶ (୪୮) ମନ୍ଦିରକୁ ଆସୁଥିବା ବେଳେ ଉକ୍ତ ଷଣ୍ଡ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଷଣ୍ଡ କବଳରୁ ଉଦ୍ଧାର କରିଥିଲେ ମଧ୍ୟ ତାଙ୍କ ଡାହାଣ ହାତରେ ଶିଙ୍ଗ ଭୁସି ହୋଇ ଗଭୀର କ୍ଷତ ହୋଇଛି । ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ଖବର ପାଇ ଭଦ୍ରକ ଅଗ୍ନିଶମ ବାହିନୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଷଣ୍ଢକୁ କାବୁ କରିଛିି। ଅପର ପକ୍ଷେ ମୃତ ଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
Share