ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। କୁହାଯାଏ କିଛି ପଶୁଠାରୁ ଦୂରରେ ରହିବା ଭଲ । ବିଶେଷକରି ମଣିଷ କ୍ରୋଧିତ ପଶୁମାନଙ୍କଠାରୁ ଦୂରରେ ରହିବା ଉଚିତ୍। ଭିଡିଓରେ ଜଣେ ବ୍ୟକ୍ତି କ୍ରୋଧିତ ଷଣ୍ଢର ସାମ୍ନାକୁ ଆସିଯାଇଛନ୍ତି। ପରେ, ତାଙ୍କ ସହିତ ଯାହା ହୁଏ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଆମେରିକାର କାଲିଫର୍ନିଆରେ ଏକ ସାଇକେଲ ଦୌଡ଼ ଚାଲିଥିଲା । ଏହି ସମୟରେ ସାଇକେଲ ଚାଳକଙ୍କ ସାମ୍ନାକୁ ଏକ ଷଣ୍ଢ ଆସିଗଲା। ସେହି ସମୟରେ ଷଣ୍ଢଟି ରାଗିକି ଥିଲା । ପରେ ସାଇକେଲ ଚାଳକଙ୍କ ଯାହା ଅବସ୍ଥା ହେଲା ତାହା ଭିଡିଓରେ ଦେଖି ପାରିବେ। ଷଣ୍ଢଟି ଦୁଇ ଦୁଇ ଥର ସାଇକେଲ ଚାଳକଙ୍କ ଉପରକୁ ଆକ୍ରମଣ କଲା ଏହା ସହ ତାଙ୍କୁ ଟେକି କଚାଡି ଦେଲା। ଯାହାକୁ ଦେଖିଲେ ଲୋମ ଟାଙ୍କୁରି ଉଠିବ।
ଭିଡିଓକୁ ଟିମ୍ କ୍ରୋମାଶନ୍ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଏହା ଅଧିକ ଭାଇରାଲ ହେବାରେ ଲାଗିଛି।
February 12th; Central #california ; mountain bike race added a challenge when a bull got lose and attacked 4 riders. #nature #Darwin pic.twitter.com/Wnkz6qszzs
— T (@Krommsan) February 21, 2022