ନାଗାର୍ଜୁନଙ୍କ ଉପରେ ବୁଲଡୋଜର ଆକ୍ସନ! ଜାଣନ୍ତୁ କ’ଣ ଏହାର କାରଣ

ଚେନ୍ନାଇ,୨୪।୮: ବଳପୂର୍ବକ ଦଖଲ ହେତୁ ଭେଟେରାନ ଅଭିନେତା ନାଗାର୍ଜୁନଙ୍କ ମାଲିକାନାରେ ଥିବା ଏନ କନଭେନସନ ସେଣ୍ଟରକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ଥାନୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଖବର ଅନୁଯାୟୀ, ସ୍ଥାନୀୟ ଜଳଭଣ୍ଡାର ତାମିଡି ଚେରେଭୁଙ୍କୁ ବଳପୂର୍ବକ ଦଖଲ କରି ଏହି ସମ୍ମିଳନୀ କେନ୍ଦ୍ର ବେଆଇନ ଭାବେ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ପାଇବା ପରେ ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ (ହାଇଡ୍ରା) ଅଧିକାରୀମାନେ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ଅଭିଯୋଗରେ କୁହାଯାଇଛି ଯେ ସାଢେ ତିନି ଏକର ଜମି ଦଖଲ କରି ଏହି କେନ୍ଦ୍ର ନିର୍ମାଣ କରାଯାଇଛି, ଯାହା ପ୍ରଥମେ ହ୍ରଦର ଅଂଶ ଥିଲା।

ବେଶକିଛି ବର୍ଷ ହେବ ୧୦ ଏକର ଜମି ଉପରେ ନିର୍ମାଣ କରାଯାଇଥିବା ଏନ-କନଭେନଶନ ସେଣ୍ଟର ଉପରେ ଯାଞ୍ଚ ଚାଲିଛି। ଏହି ଯାଞ୍ଚ ସହରର ମାଧପୁରରେ ଇମ୍ମିଡିକୁଣ୍ଡା ହ୍ରଦର ଫୁଲ ଟେକ ଲେଭଲ(ଏଫଟିଏଲ) ଅଞ୍ଚଳରେ ବଫର ଜୋନ ଭିତରେ ଅବୈଧ ନିର୍ମାଣ ଅଭିଯୋଗ ପରେ କରାଯାଇଥିଲା।

Share