Categories: ଜାତୀୟ

ଶାହିନବାଗ ଜବରଦଖଲ ଘଟଣା: ମାମଲା ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯।୫: ଦିଲ୍ଲୀର ଶାହିନବାଗରେ ବେଆଇନ ଜବରଦଖଲ ପାଇଁ ଆସିଥିବା ଦିଲ୍ଲୀ ପ୍ରଶାସନକୁ ପ୍ରବଳ ବିରୋଧରେ ସମ୍ମୁଖୀନ ହେବାକୁ ପଡିଛି। ଶାହିନବାଗରେ ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ଜବରଦଖଲ ଅଭିଯାନ ଆରମ୍ଭ ହେବା ପୂର୍ବରୁ ସ୍ଥାନାୟ ଲୋକେ ପ୍ରବଳ ବିରୋଧ କରିବା ସହ ରାସ୍ତାରେ ଧାରଣାରେ ବସିଥିଲେ। ଜବରଦଖଲ ଅଭିଯାନକୁ ବିରୋଧ କରି ସିପିଏମ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ଏହାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଜଷ୍ଟିସ ଏଲ ନାଗେଶ୍ୱର ରାଓ ଏବଂ ବି.ଆର ଗାଭାଇଙ୍କ ଏକ ବେଞ୍ଚ କହିଛନ୍ତି, ପ୍ରଥମେ ଦିଲ୍ଲୀ ହାଇକୋର୍ଟକୁ ଯିବା ଉଚିତ୍‌। ସେଠାରେ ଯଦି କୌଣସି ନ୍ୟାୟ ନ ମିଳିବ, ଏହାପରେ ସୁପ୍ରିମକୋର୍ଟ ଆସିବା ଉଚିତ୍‌।
ଜଣେ ରାଜନୈତିକ ଦଳ ଏହାକୁ କାହିଁକି ବିରୋଧ କରି ଏଠାକୁ ଆସିଛନ୍ତି, ଏଠାରେ ରାଜନୈତିକ ଦଳର କ’ଣ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି ତାହାକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ପ୍ରଭାବିତ ଲୋକଙ୍କୁ କୋର୍ଟ ଆସିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି।

Share