Categories: ଜାତୀୟ

କମ୍ପୁଟର ବାବାଙ୍କ ଆଶ୍ରମରେ ଚାଲିଲା ବୁଲ୍‌ଡୋଜର

ଇନ୍ଦୋର,୮।୧୧: ମଧ୍ୟପ୍ରଦେଶର ଇନ୍ଦୋରଠାରେ ଥିବା କମ୍ପୁଟର ବାବାଙ୍କ ଆଶ୍ରମରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରବିବାର କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ବାବାଙ୍କର ଅବୈଧ ନିର୍ମାଣ ଉପରେ ବୁଲଡୋଜର ଚଲାଯାଇଛି। ବାବାଙ୍କ ଦ୍ୱାରା କରାଯାଇଥିବା ଅତିକ୍ରମଣ ହଟାଯାଇଛି। ଏହା ସହିତ ବାବା ଏବଂ ତାଙ୍କର ୫ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି। ଜିଲାପାଳ ମନିଷ ସିଂଙ୍କ ନିର୍ଦ୍ଦେଶକ୍ରମେ ଏଡିଏମ୍‌ ଅଜୟ ଦେବ ଶର୍ମା, ଏସ୍‌ଡିଏମ୍‌ ଏବଂ ଗାନ୍ଧି ନଗର ଥାନା ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ରାଜ୍ୟରେ ହୋଇଥିବା ବିଧାନସଭା ଉପନିର୍ବାଚନରେ ବାବା କଂଗ୍ରେସ ଦଳ ପକ୍ଷରୁ ପ୍ରଚାର କରୁଥିଲେ। ମତଦାନ ପରେ ବାବାଙ୍କ ଆଶ୍ରମରେ କରାଯାଉଥିବା ଭଙ୍ଗାରୁଜାକୁ ଏବେ ରାଜନୈତିକ ରୂପ ଦିଆଯାଉଥିବା ଅଭିଯୋଗ ହୋଇଛି। ବାବାଙ୍କ ଦ୍ୱାରା ହୋଇଥିବା ଅତିକ୍ରମଣର ମୂଲ୍ୟ ୮୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

Share