ଓଡ଼ିଶାରେ ଚାଲିବ ବୁଲ୍‌ଡୋଜର

ସମ୍ବଲପୁର (ପ୍ରମୋଦ ବହିଦାର)/ ଭୁବନେଶ୍ୱର (ଅନିଲ ଦାସ) ୧୮ା୭: ରାଜ୍ୟରେ ସରକାରୀ ଜମି ଜବରଦଖଲକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଜବରଦଖଲକାରୀ ଯେତେ ପ୍ରଭାବଶାଳୀ ହୁଅନ୍ତୁ ନା କାହିଁକି, ତାଙ୍କ ଅସଲ ମୁଖା ଖୋଲାଯିବ। ଜଙ୍ଗଲ ଜମି ହେଉ ବା ସରକାରୀ ଜମି, ବେଆଇନ ଭାବେ ନିର୍ମାଣ ହୋଇଥିବା ସମସ୍ତ ଅଟ୍ଟାଳିକା ଉପରେ ବୁଲ୍‌ଡୋଜର ଚାଲିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବୁଧବାର କହିଛନ୍ତି। ସମ୍ବଲପୁରଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ ପୂର୍ବରୁ ଲୋକଦେଖାଣିଆ ଭାବେ ଜବରଦଖଲ ଉଚ୍ଛେଦ ଆଳରେ ପ୍ରଶାସନ ଗରିବ ଲୋକଙ୍କ ଉପରେ ଦାଉ ସାଧୁଥିଲା। ମୁଣ୍ଡ ଗୁଞ୍ଜିବା ପାଇଁ ୩/୪ ଡିସିମିଲ ସରକାରୀ ଜମିରେ ଘର ତିଆରି କରିଥିବା ଭୂମିହୀନ ଗରିବ ଲୋକଙ୍କୁ ଉଚ୍ଛେଦ କରି ବାହାବା ନେବାରେ ସୀମିତ ରହୁଥିଲା ସମ୍ପୃକ୍ତ ଜିଲା ପ୍ରଶାସନ। ତେବେ ଉକ୍ତ ଗରିବ ଲୋକଙ୍କୁ ଜବରଦଖଲକାରୀ ଭାବେ ବିବେଚନା କରାଯିବ ନାହିଁ। ରାଜ୍ୟରେ ୪ ଡିସିମିଲ୍‌ରୁ ଊର୍ଦ୍ଧ୍ୱ ସରକାରୀ ଜମି ଜବରଦଖଲ କରି ବହୁତଳ ପ୍ରାସାଦ ନିର୍ମାଣ କରିଥିବା ପ୍ରତିପତ୍ତିଶାଳୀ ବ୍ୟକ୍ତି ଏବଂ ଅନୁଷ୍ଠାନର ବିଲ୍‌ଡିଂ ଉପରେ ବୁଲ୍‌ଡୋଜର ବୁଲିବ ବୋଲି ମନ୍ତ୍ରୀ କହିଛନ୍ତି।

ପୂର୍ବପୁରୁଷମାନେ ଦେଇ ଯାଇଥିବା ସ୍ବାଧୀନତାର ଅସଲ ସ୍ବାଦ ବର୍ତ୍ତମାନ ରାଜ୍ୟବାସୀ ଚାଖିବାର ସମୟ ଆସିଛି। ସମଗ୍ର ରାଜ୍ୟରେ ସରକାରୀ ଜମିରୁ ଜବରଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟକାରୀ ହେବ। ସରକାରୀ ଜମିଗୁଡ଼ିକ ମୁଖ୍ୟତଃ ବିକାଶ ଓ ସର୍ବସାଧାରଣ କଲ୍ୟାଣରେ ବ୍ୟବହାର ହୋଇଥାଏ। ମାତ୍ର ପ୍ରଭାବଶାଳୀ ବ୍ୟକ୍ତିଙ୍କ ଛତ୍ରଛାୟାତଳେ ରହି ସରକାରୀ ଜମିକୁ ହଡ଼ପ କରିଚାଲିଥିବା ଅସାଧୁ ବ୍ୟକ୍ତିଙ୍କ ଯୋଗୁ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏହାକୁ ସମୂଳେ ବନ୍ଦ କରିବା ପାଇଁ ଉଚ୍ଛେଦ ପ୍ରକ୍ରିୟାକୁ ଅଧିକ ବ୍ୟାପକ କରାଯିବ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ନେଇ ସମସ୍ତ ଜିଲାପାଳଙ୍କୁ ମଧ୍ୟ ଚିଠି ଲେଖାଯାଇଛି। କେଉଁ ଜିଲାରେ କେତେ ସରକାରୀ ଜମି ଜବରଦଖଲ ହୋଇଛି ସେ ନେଇ ବିଭାଗକୁ ତଥ୍ୟ ଦେବାକୁ କୁହାଯାଇଛି ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି। ଏହାସହିତ ସମ୍ବଲପୁର ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଗଢ଼ିଉଠିଥିବା ଶିଳ୍ପାନୁଷ୍ଠାନଗୁଡ଼ିକରୁ ନିର୍ଗତ ବିଷାକ୍ତ ପାଉଁଶକୁ ଏଣେତେଣେ ଗଦା କରାଯାଉଛି। ଏନେଇ ଶିଳ୍ପସଂସ୍ଥା ବା ଠିକାସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ପ୍ରକାଶ ଯେ, ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ ଭଳି ଭାଜପା ଶାସିତ ରାଜ୍ୟଗୁଡ଼ିକରେ ଆପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥିବା ବାହୁବଳୀ ଓ ଗ୍ୟାଙ୍ଗ୍‌ଷ୍ଟରମାନଙ୍କ ବେଆଇନ ନିର୍ମାଣକୁ ବୁଲ୍ଡୋଜର ଲଗାଇ ଭଙ୍ଗାଯାଉଛି। ଓଡ଼ିଶାରେ ଭାଜପା ସରକାର କ୍ଷମତାସୀନ ହେବା ପରେ ବୁଲ୍ଡୋଜର ଜରିଆରେ ଜବରଦଖଲ ଉଚ୍ଛେଦ ପ୍ରସ୍ତାବ ସରକାରୀ ଜମି ମାଡ଼ିବସିଥିବା ପ୍ରଭାବଶାଳୀଙ୍କ ମନରେ ଭୟ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri