Categories: ଜାତୀୟ

କବରସ୍ତାନରେ ନିର୍ମିତ ବିଏସପି ନେତାଙ୍କ ହୋଟେଲ ଉପରେ ବୁଲଡୋଜର, ମାଟିରେ ମିଶିଲା ୨୦ କୋଟିର ବିଲ୍ଡିଂ…

ଲକ୍ଷ୍ନୌ,୧୭।୧୦ : ଉତ୍ତରପ୍ରଦେଶ ଫାରୁଖବାଦର କବରସ୍ତାନରେ ନିର୍ମିତ ବିଏସପି ନେତାଙ୍କ ହୋଟେଲ ଗୁରୁଶରଣମ ଉପରେ ପ୍ରଶାସନର ବୁଲଡୋଜର ଚାଲିଛି । ତିନି ମହଲା ହୋଟେଲରେ ଭାଙ୍ଗିବା କାର୍ଯ୍ୟ ସକାଳ ୬ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା ।

ସୁରକ୍ଷା ପାଇଁ ଚାରିଟି ଜିଲାର ଏଏସପି, ସିଓ ଏବଂ ୪୦୦ ଯବାନ ମୁତୟନ କରାଯାଇଥିଲେ। ହୋଟେଲଠାରୁ ପ୍ରାୟ ୩୦୦ମିଟର ବ୍ୟାସାର୍ଦ୍ଧରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଥିଲା। ଲୋକଙ୍କୁ ନିକଟସ୍ଥ ଅଟ୍ଟାଳିକା ଉପରକୁ ଯିବାକୁ ବାରଣ କରାଯାଇଥିଲା। ଡିଏମ ଏବଂ ଏସପି ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ହାଇକୋର୍ଟରୁ ଏନେଇ ରୋକ ଆଣିବା ଲାଗି ବିଏସପି ନେତା ବିଏସପି ନେତା ଅନୁପମ ଦୁବେଙ୍କ ସ୍ତ୍ରୀ ମୀନାକ୍ଷୀ ଦୁବେଙ୍କ ନିବେଦନ କାମ କରି ନ ଥିଲା। ଫଳରେ ୨୦ କୋଟିର ବିଲ୍ଡିଂ ମାଟିରେ ମିଶି ଯାଇଥିଲା।

ଗ୍ୟାଙ୍ଗଷ୍ଟର ଆକ୍ଟରେ ଅଭିଯୁକ୍ତ ତଥା ଫତେହଗଡର ମୋହଲା କସରଟାର ବାସିନ୍ଦା ବିଏସପି ନେତା ଡ. ଅନୁପମ ଦୁବେ ବର୍ତ୍ତମାନ ଆଗ୍ରା ଜେଲରେ ଅଛନ୍ତି।

Share