Categories: ଜାତୀୟ

୧୦ ହଜାରରୁ ଅଧିକ ଘର ଉପରେ ଚାଲିବ ବୁଲ୍‌ଡୋଜର: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ଚଣ୍ଡିଗଡ଼,୧୭।୬: ହରିୟାଣାର ଫରିଦାବାଦ୍‌ ଏବଂ ଆରାବଳୀ ଜଙ୍ଗଲ ଅଞ୍ଚଳରେ ଥିବା ୧୦ ହଜାରରୁ ଅଧିକ ଘର ଉପରେ ବୁଲ୍‌ଡୋଜର ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ରୋକ ପାଇଁ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଫରିଦାବାଦ୍‌ ନଗର ନିଗମର ଲକଡ଼ପୁର-ଖୋରି ଗାଁରେ ଜଙ୍ଗଲ ଅଞ୍ଚଳରେ ଥିବା ସମସ୍ତ ଘରକୁ ତୁରନ୍ତ ଭାଙ୍ଗିବାକୁ ସୁପ୍ରମିକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଙ୍ଗଲ ଅଞ୍ଚଳ ଖାଲି ହେବା ଆବଶ୍ୟକ। ଏଥିରେ କୌଣସି ରାଜିନାମା ଅବା ବୁଝାମଣା କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି।

Share