Posted inଜାତୀୟ

ବୁଲେଟ ଟ୍ରେନ୍‌ ପ୍ରକଳ୍ପ: ବିଳମ୍ବ ହେବ ୫ ବର୍ଷ

ଅହମଦାବାଦ , ୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ଆକାଂକ୍ଷିତ ବୁଲେଟ ଟ୍ରେନ୍‌ ପ୍ରକଳ୍ପ ଏବେ ବିଳମ୍ବରେ ଶେଷ ହେବ। କରୋନା ମହାମାରୀ ସଙ୍କଟ ଯୋଗୁ ଜମି ଅଧିଗ୍ରହଣରେ ସମସ୍ୟା ଏବଂ ଟେଣ୍ଡର ରଦ୍ଦ ଯୋଗୁ ସୃଷ୍ଟି ହୋଇଥିବା ଅସୁବିଧା ଲାଗି ଏହା ପୂର୍ବରୁ ଧାର୍ଯ୍ୟ ହୋଇଥିବା ସମୟରେ ଶେଷ ହୋଇପାରିବ ନାହିଁ ବୋଲି କୁହାଯାଉଛି। ଅହମଦାବାଦରୁ ମୁମ୍ବାଇ ମଧ୍ୟରେ ଦେଶର ପ୍ରଥମ ବୁଲେଟ ଟ୍ରେନ୍‌ ଚଳାଚଳ କରିବାର ଯୋଜନା ରହିଛି। ୨୦୨୩ରେ ଏହି ପ୍ରକଳ୍ପ ଶେଷ ହେବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା। ତେବେ ଏବେ ଏହା ୨୦୨୮ରେ ଶେଷ ହେବାର ସମ୍ଭାବନା ରହିଛି। ସେହିପରି ଜାପାନର କେତେକ କମ୍ପାନୀ ବୁଲେଟ ଟ୍ରେନ୍‌ ପ୍ରକଳ୍ପରେ ଆଗ୍ରହ ପ୍ରକାଶ କରୁ ନ ଥିବାରୁ ମଧ୍ୟ ବାଧା ସୃଷ୍ଟି ହୋଇଛି। ଏହି ପ୍ରକଳ୍ପ ଅନ୍ତର୍ଗତ ୫୦୮ କିମି ରେଳପଥ ମଧ୍ୟରୁ ମାଟି ତଳେ ସୁଡ଼ଙ୍ଗରେ ୨୧ କିମିର ରେଳଲାଇନ ବିଛାଯିବ। ସେଥିମଧ୍ୟରେ ମୁମ୍ବାଇର ସମୁଦ୍ର ତଳେ ୭ କିମିର ସୁଡ଼ଙ୍ଗ ପଥ ବି ରହିଛି। ସୁଡ଼ଙ୍ଗରେ ରେଳଲାଇନ ବିଛାଯିବା ପାଇଁ ୬୦ ମାସ ସମୟ ଲାଗିବ ବୋଲି କୁହାଯାଉଛି। ମହାରାଷ୍ଟ୍ରରେ ଏହି ପରିଯୋଜନା ପାଇଁ ୪୩୦ ହେକ୍ଟର ଜମି ଆବଶ୍ୟକ। ସେଥିମଧ୍ୟରୁ ସରକାର ୧୦୦ ହେକ୍ଟର ଜମି ଅଧିଗ୍ରହଣ କରି ସାରିଛନ୍ତି। ସେହିପରି ଗୁଜରାଟରେ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି। ବର୍ଷ ଶେଷ ସୁଦ୍ଧା ୧୦୦୦ ହେକ୍ଟର ଜମି ଅଧିଗ୍ରହଣ ଶେଷ ହେବାର ଆଶା ରହିଛି। ବର୍ତ୍ତମାନ ସୁଦ୍ଧା ଗୁଜରାଟ ସରକାର ୩୪୫ କିମି ରେଳପଥ ପାଇଁ ଜମି ଅଧିଗ୍ରହଣ କରି ସାରିଛନ୍ତି। ଏହି ପ୍ରକଳ୍ପ ପାଇଁ ଜାପାନର ଜାପାନ ଇଣ୍ଟରନ୍ୟାଶନାଲ୍‌ କୋପରେଶନ୍‌ ଏଜେନ୍ସି(ଜାଇକା) ପକ୍ଷରୁ ମୋଟ ୧ ଲକ୍ଷ କୋଟି ବ୍ୟୟ ଅଟକଳର ୮୦ ପ୍ରତିଶତ ଟଙ୍କାର ଋଣ ୦.୧ ପ୍ରତିଶତ ସୁଧହାରରେ ଯୋଗାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେଜ୍‌ରିଓ୍ବାଲ୍‌, କହିଲେ ତୁମେ ବିଶ୍ୱାସଘାତକତା କରିଛ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯ା୧: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ସେ କେନ୍ଦ୍ରର...

୧,୦୦୦ କିଲୋମିଟର ଦୌଡ଼ିବା ପରେ ଅଯୋଧ୍ୟା ପହଞ୍ଚିଲେ ୬ ବର୍ଷର ବାଳକ

ପଞ୍ଜାବ,୯।୧: ରାମ ଲଲାଙ୍କ ‘ପ୍ରାଣ ପ୍ରତିଷ୍ଠା’ ସମାରୋହର ପ୍ରଥମ ବାର୍ଷିକୀ ପୂର୍ବରୁ, ଅଯୋଧ୍ୟାରେ କେତେଜଣ ଅସାଧାରାଣ ଆଗନ୍ତୁକ ପହଞ୍ଚିଛନ୍ତିି, ଯେଉଁଥିରେ ଜଣେ ଛଅ ବର୍ଷର ବାଳକ...

‘ଆପଣମାନଙ୍କ ପାଇଁ ମୁଁ ବିଦେଶରେ ଗର୍ବ ଅନୁଭବ କରେ’

ଭୁବନେଶ୍ୱର,୯ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜନତା ମଇଦାନଠାରେ ଆୟୋଜିତ ହୋଇଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି। ପ୍ରବାସୀମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ...

HMPV କୁ ନେଇ ଆସିଲା ଚମକାଇଲା ଭଳି ତଥ୍ୟ, WHO ଦେଲା ବଡ଼ ବୟାନ!

ନୂଆଦିଲ୍ଲୀ,୯।୧: ସମ୍ପ୍ରତି ହ୍ୟୁମାନ ମେଟାପ୍ନ୍ୟୁମୋଭାଇରସ (HMPV) ସଂକ୍ରମଣର ମାମଲା ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି। ଏହି ଭାଇରସକୁ ଭୟ କରିବାର କୌଣସି ଆବଶ୍ୟକତା ଅଛି...

ପ୍ରକାଶ ପାଇଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ରାଙ୍କିଂ: ଭାରତକୁ ଝଟ୍‌କା

ନୂଆଦିଲ୍ଲୀ,୯।୧: ୨୦୨୫ ବର୍ଷର ପ୍ରଥମ ଛଅ ମାସ ପାଇଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟର ରାଙ୍କିଂ ପ୍ରକାଶ ପାଇଛି। ଏହି ରାଙ୍କିଂ ପ୍ରତିଷ୍ଠିତ ସଂଗଠନ ହେନଲି...

ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୯ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୋଦି ଏହି ଦିବସର ଶୁଭାରମ୍ଭ...

ଟେନଶନରେ ବାଂଲାଦେଶ, ମୋଦି-ମୋଇଜୁ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୯।୧: ମାଳଦ୍ୱୀପରେ ମହମ୍ମଦ ମୋଇଜୁଙ୍କ ସରକାର କ୍ଷମତାକୁ ଆସିବା ପରଠାରୁ, ଭାରତ ସହିତ ଏହାର ସମ୍ପର୍କ ଖରାପ ହୋଇଯାଇଥିଲା। ସମ୍ପ୍ରତି ୟୁନୁସଙ୍କ ସରକାର ଆସିବା ପରେ...

ଏବେ ଏହି ରାଜ୍ୟରେ ମିଳିବନି କିଙ୍ଗଫିସର ବିୟର, କମ୍ପାନୀ ନେଲା ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୮ା୧: କିଙ୍ଗଫିସର ବିୟର ଉତ୍ପାଦନକାରୀ କମ୍ପାନୀ ୟୁନାଇଟେଡ୍ ବ୍ରୁରିଜ୍ ଲିମିଟେଡ୍ (ୟୁବିଏଲ୍) ବୁଧବାର ଏକ ବଡ ଘୋଷଣା କରିଛି। ଏହା ଅଧୀନରେ ତୁରନ୍ତ ପ୍ରଭାବ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri