କେନ୍ଦୁଝର,୨୩ା୭(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅଞ୍ଚଳ ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର ବାଲିଆଗୋଡ଼ା ଓଭରବ୍ରିଜ୍ରେ ଶନିବାର ସନ୍ଧ୍ୟାରେ ଏକ ବୁଲେଟ ଦୁର୍ଘଟଣାଗ୍ରସ୍ତ ହୋଇଛି। କେନ୍ଦୁଝର ପଟୁ ଯୋଡ଼ା ଯାଉଥିବାବେଳେ ବୁଲେଟ୍ଟି ବ୍ରିଜ୍ ବାଡ଼ରେ ପିଟି ହେବାରୁ ଏଥିରେ ବସିଥିବା ୨ ଜଣ ଛିଟିକି ରାସ୍ତା ଉପରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଆହତଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।