ରାଜଧାନୀରେ ଫୁଟିଲା ଗୁଳି

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ସୋମବାରଠାରୁ ୨ ଦିନ ପାଇଁ ଭାରତ ବନ୍ଦ ଥିବା ବେଳେ ରବିବାର ରାତିରୁ ତେଲ ପକାଇବା ପାଇଁ ବିଭିନ୍ନ ଟାଙ୍କିରେ ଅସମ୍ଭବ ପ୍ରକାର ଭିଡ଼ ଦେଖିବାକୁ ମିଳିଥିଲା। ତେବେ ତେଲ ପକାଇବାକୁ କେନ୍ଦ୍ର କରି ଲକ୍ଷ୍ମୀସାଗର ଅଞ୍ଚଳର ଏକ ପେଟ୍ରୋଲ ପମ୍ପରେ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଥିଲା। ଏଥିରେ ନୟାପଲ୍ଲୀ ଅଞ୍ଚଳର ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କ ପାଦରେ ଗୁଳି ବାଜିଛି। ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ବିଳମ୍ବିତ ରାତିରେ ୨ ଜଣ ଯୁବକ ଏକ ଇନୋଭାରେ ତେଲ ପକାଇବା ପାଇଁ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପକୁ ଯାଇଥିଲେ। ଏହି ସମୟରେ ଆଗ ତେଲ ପକାଇବାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ଉତ୍ତେଜନା କ୍ରମଶଃ ବଢ଼ିବାରୁ ଜଣେ ଉତ୍ତ୍ୟକ୍ତ ଯୁବକ ଗୁଳିମାଡ଼ କରିଥିଲେ।

Share