Categories: ଜାତୀୟ

ଗିରଫ ହେଲେ ‘ବୁଲ୍ଲି ବାଈ’ ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ/ଗୁଆହାଟୀ, ୭ା୧: ଜଣାଶୁଣା ତଥା ସମାଜରେ ପରିଚିତ ମୁସଲମାନ ମହିଳାଙ୍କ ଫଟୋ ବୁଲ୍ଲି ବାଈ ଆପ୍‌ରେ ଛାଡ଼ି ନିଲାମ ପାଇଁ ବିଜ୍ଞାପନ ଦେବା ମାମଲାରେ ପୋଲିସ ଗୁରୁବାର ଏହାର ମାଷ୍ଟରମାଇଣ୍ଡକୁ ଗିରଫ କରିଛି। ଆସାମର ଜୋରାହାଟରୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନୀରଜ ବିଷ୍ଣୋଇ(୨୧)ଙ୍କୁ ଗିରଫ ପରେ ଦିଲ୍ଲୀ ଅଣାଯାଇଛି। ସେ ତାଙ୍କ ଦୋଷ ସ୍ବୀକାର କରିଥିବା ପୋଲିସ କହିଛି। ପୂର୍ବରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଶ୍ୱେତା ସିଂ ଏବଂ ଦୁଇ ଇଞ୍ଜିନିୟରିଂ ଛାତ୍ର ମୟଙ୍କ ରାଓ୍ବଲ ଓ ବିଶାଲ କୁମାର ଝାଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି।

ସୂଚନା ଅନୁସାରେ, ଜୋରହାଟ୍‌ର ବାସିନ୍ଦା ତଥା ବି. ଟେକ୍‌ ଦ୍ୱିତୀୟ ବର୍ଷ ଛାତ୍ର ବିଷ୍ଣୋଇ ଭୋପାଳରେ ପାଠ ପଢ଼ୁଥିଲେ। ସେ ହିଁ ଗିଟ୍‌ହବ୍‌ ପ୍ଲାଟ୍‌ଫର୍ମରେ ବୁଲ୍ଲି ବାଈ ଆପ୍‌ ଏବଂ ଏହାର ଟୁଇଟର ହ୍ୟାଣ୍ଡେଲ ତିଆରି କରିଥିଲେ। ଦିଲ୍ଲୀ ପୋଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ ଏବଂ ଷ୍ଟ୍ରାଟେଜିକ୍‌ ଅପରେଶସନ୍ସ(ଆଇଏଫ୍‌ଏସ୍‌ଓ) ୟୁନିଟ୍‌ ତାଙ୍କୁ ଗିରଫ କରିଥିଲା।

Share