Categories: ଜାତୀୟ

ଶଗଡ଼ ଦୌଡ଼କୁ ଅନୁମତି…

ନୂଆଦିଲ୍ଲୀ, ୧୬।୧୨: ସୁପ୍ରିମ୍‌କୋର୍ଟ ଗୁରୁବାର ମହାରାଷ୍ଟ୍ରରେ ଶଗଡ଼ ଦୌଡ଼କୁ ଅନୁମତି ଦେଇଛନ୍ତି। ଏହାକୁ ପ୍ରାଣୀ କ୍ରୁରତା ନିବାରଣ ଅଧିନିୟମ ଅନ୍ତର୍ଗତ ବନ୍ଦ କରାଯାଇଥିଲା। ବିଚରାରପତି ଏ.ଏମ୍‌.ଖାନଓ୍ବିଲକର ଏବଂ ସି.ଟି. କୁମାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ୨୦୧୮ରେ ବମ୍ବେ ହାଇକୋର୍ଟ ପକ୍ଷରୁ ପ୍ରଦାନ କରାଯାଇଥିବା ରାୟକୁ ପ୍ରତ୍ୟାଖାନ କରିଛନ୍ତି।

ବମ୍ବେ ହାଇକୋର୍ଟ ପକ୍ଷରୁ ଶଗଡ଼ ଦୌଡ଼ ଉପରେ ରୋକ ଲଗାଯାଇଥିଲା। ତେବେ ବମ୍ବେ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ୍‌କୋର୍ଟରେ ଏକ ପିଟିଶନ୍‌ ଦାଖଲ କରାଯାଇଥିଲା।

ହାଇକୋର୍ଟ ପ୍ରାଣୀ କଲ୍ୟାଣ ବୋର୍ଡ ବନାମ ଏ.ନାଗରାଜ ମାମଲାର ବିଚାର କରି ଖଣ୍ଡପୀଠ ପକ୍ଷରୁ ଏଭଳି କୁହାଯାଇଛି। ପୂର୍ବରୁ ତାମିଲନାଡୁ ଏବଂ କର୍ନାଟକରେ ଜଲିକଟ୍ଟୁ ଏବଂ ବଳଦ ଦୌଡ଼କୁ ସଂଶୋଧିତ ପିସିଏ ଅଧିନିୟମ ଅନ୍ତର୍ଗତ ଅନୁମତି ପ୍ରଦାନ କରାଯାଇ ସାରିଛି। ପୂର୍ବରୁ ପ୍ରାଣୀ କ୍ରୁରତା ଅଧିନିୟମ ଅର୍ନ୍ତଗତ ଏହାକୁ ଅପରାଧ ଭାବେ ବିବେଚନା କରାଯାଉଥିଲା।

ବିଚାରପତି ଖାନଓ୍ବିଲକର କହିଛନ୍ତି ଯେ, ଏକ ଦେଶ ଦୌଡ଼, ଆମକୁ ଏକ ରୂପାୟନ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ତେଣୁ ଦେଶ ବ୍ୟାପୀ ଏକ ନିୟମ ହେବା ଆବଶ୍ୟକ। ଯଦି ଅନ୍ୟ ରାଜ୍ୟରେ ଦୌଡ଼ ହେଉଛି, ତେବେ ଅନ୍ୟ ରାଜ୍ୟରେ କାହିଁକି ନୁହେଁ।

Share