ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡିକରେ ବମ୍ପର ନିଯୁକ୍ତି ସୁଯୋଗ: ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର,୧୯।୩: ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡିକରେ ବମ୍ପର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ୧୧୦ ଜଣ ଅଧ୍ୟକ୍ଷଙ୍କ ସମେତ ମୋଟ ୧୩୪୨ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଅଧୀନରେ ଥିବା ଆଦର୍ଶ ବିଦ୍ୟାଳୟଗୁଡିକରେ ୧୧୦ଟି ଅଧ୍ୟକ୍ଷ ପଦ ସହିତ ପିଜିଟି ପଦାର୍ଥ ବିଜ୍ଞାନ ପାଇଁ ୨୫ଟି ପଦ ରହିଥିବା ବେଳେ ପିଜିଟି ଗଣିତରେ ୩୫, ପିଜିଟି ରସାୟନ ବିଜ୍ଞାନରେ ୨୫, ପିଜିଟି ବାୟୋଲୋଜିରେ ୨୨, ପିଜିଟି କମର୍ସରେ ୧୭, ପିଜିଟି କମ୍ପ୍ୟୁଟର ସାଇନ୍ସରେ ୧୫୬, ଟିଜିଟି ଇଂରାଜୀରେ ୨୫୫, ଟିଜିଟି ଗଣିତରେ ୧୬୯, ଟିଜିଟି ବିଜ୍ଞାନରେ ୯୨ ଓ ଟିଜିଟି ସୋସିଆଲ ଷ୍ଟଡିଜ୍‌ରେ ୧୦୪ ଟି ପଦ ପୂରଣ ହେବ। ସେହିପରି ୧୬୦ ଜଣ ଆର୍ଟ ଶିକ୍ଷକ, ୮୯ ଜଣ ପିଇଟି ଓ ୮୩ ଜଣ କମ୍ପ୍ୟୁଟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।
ଏଥିପାଇଁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ। ଏହା ୩୦ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ଆଶାୟୀମାନେ https://www.oav.edu.in କୁ ଯାଇ ଅନ୍‌ଲାଇନରେ ଆବେଦନ କରିପାରିବେ। ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା, ଚୟନ ପ୍ରକ୍ରିୟା ଓ ଅନ୍ୟାନ୍ୟ ବିଷୟରେ ଜାଣିବା ପାଇଁ ଓ ଆଦର୍ଶ ବିଦ୍ୟାଳୟ ସଂଗଠନର ୱେବ୍‌ସାଇଇଟ oav.edu.in କୁ ଯାଇ Announcements ସେକ୍ସନରେ ଦେଖନ୍ତୁ। ଉପରୋକ୍ତ ପଦବୀ ଗୁଡିକରେ ବିଭିନ୍ନ ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

NALCO ଆଣିଲା ୫୧୮ ପଦବୀରେ ନିଯୁକ୍ତି ସୁଯୋଗ: ଏହିଦିନ ଆରମ୍ଭ ହେବ ଆବେଦନ

ଭୁବନେଶ୍ୱର,୨୧ା୧୨: ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ), ନବରତ୍ନ ପିଏସୟୁ, ଅନୁଗୁଳରେ ଥିବା ଏସ ଆଣ୍ଡ ପି କଂପ୍ଲେକ୍ସ ଏବଂ ଦାମନଜୋଡିରେ ଏମ ଆଣ୍ଡ ଆର...

ବାୟୁସେନାରେ ଅଗ୍ନିବୀର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି: ଯୁକ୍ତ ୨ ପାସ୍ କରିଥିଲେ ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ,୧୮ା୧୨: ଭାରତୀୟ ସେନାରେ ଯୋଗଦେବାକୁ ଚାଁହୁଥିବା ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର। ଭାରତୀୟ ବାୟୁସେନା (ଆଇଏଏଫ) ଅଗ୍ନିପଥ ଯୋଜନାରେ ଅଗ୍ନିବୀରବାୟୁ ୦୧/୨୦୨୬ ପାଇଁ ବିଜ୍ଞପ୍ତି...

୧୩,୭୩୫ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ: ଜାଣନ୍ତୁ ଯୋଗ୍ୟତା ଓ ସମୟସୀମା

ନୂଆଦିଲ୍ଲୀ,୧୮ା୧୨: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ)ରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଏସବିଆଇ ଏକ ବମ୍ପର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।...

ଦଲାଲଙ୍କ ପ୍ରତି ସତର୍କ ରହିବାକୁ ଚେତେଇଦେଲା OPSC: ଜାଣନ୍ତୁ କିପରି କରିବେ ଅଭିଯୋଗ ?

କଟକ,୧୬।୧୨: ରାଜ୍ୟରେ ସରକାରୀ ନିଯୁକ୍ତିରେ ଦୁର୍ନୀତି ହେଉଥିବା ଖୋଦ ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିବା ପରେ ଏହି ବିଷୟକୁ ନେଇ ବିବାଦ ସହିତ ଚର୍ଚ୍ଚା ମଧ୍ୟ ବୃଦ୍ଧି...

ଏହି ବ୍ୟାଙ୍କରେ ବାହାରିଲା PO ନିଯୁକ୍ତି, ଦରମା ୪୮ହଜାରରୁ ଅଧିକ, ଜାଣନ୍ତୁ କେମିତି କରିବେ ଆବେଦନ…

ନୂଆଦିଲ୍ଲୀ,୭।୧୨: ପବ୍ଲିକ ରିଲେଶନ ଅଫିସର (PO) ହେବାର ସ୍ବପ୍ନ ଦେଖୁଥିବା ଯୁବପିଢିଙ୍କ ପାଇଁ ଏକ ଖୁସି ଖବର। ବ୍ୟାଙ୍କରେ ଏହି ପଦବୀ ପାଇଁ ଆସିଛି ବଡ଼...

ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା: ପଞ୍ଜିକରଣ କରିଛନ୍ତି ୧୨ ଲକ୍ଷ, ୨୦୦୦ଙ୍କୁ ମିଳିଛି ନିଯୁକ୍ତି

ଭୁବନେଶ୍ୱର,୬।୧୨: ଗତ ପାଞ୍ଚ ବର୍ଷ ମଧ୍ୟରେ ସରକାରଙ୍କ ନିଯୁକ୍ତି ବିନିମୟ(ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ) କାର୍ଯ୍ୟାଳୟରେ ୧୨ ଲକ୍ଷରୁ ଅଧିକ ଚାକିରି ଆଶାୟୀ ପଞ୍ଜୀକୃତ ହୋଇଛନ୍ତି, କିନ୍ତୁ ସେମାନଙ୍କ...

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଟିଜିଟି ପରି ସମାନ ଦରମା ପାଇବେ ଓଡ଼ିଆ ଶିକ୍ଷକ

ଭୁବନେଶ୍ୱର,୨୮ା୧୧: ଓଡ଼ିଆ ଶିକ୍ଷକମାନେ ରାଜ୍ୟରେ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ (ଟିଜିଟି-କଳା) ଙ୍କ ପରି ସମାନ ଦରମା ଏବଂ ଭତ୍ତା ପାଇବେ। ଓଡ଼ିଶା ସରକାରଙ୍କ ସ୍କୁଲ ଏବଂ...

ଫେବୃଆରୀ ୧୮ରୁ ଆଇସିଏସ୍‌ଇ ଦଶମ, ୧୩ରୁ ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ,୨୫ା୧୧: କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ଏକ୍ଜାମିନେଶନ୍ସ (ସିଆଇଏସ୍‌ସିଇ) ୨୦୨୫ ବର୍ଷ ପାଇଁ ଆଇସିଏସ୍‌ଇ ଦଶମ ଶ୍ରେଣୀ ଏବଂ ଆଇସିଏସ୍‌ ଦ୍ୱାଦଶ ଶ୍ରେଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri