Categories: ଖେଳ

କୋହଲି-ପାଣ୍ଡ୍ୟାଙ୍କ କ୍ଲବରେ ବୁମ୍‌ରା

ନୂଆଦିଲ୍ଲୀ,୨୨।୮: ଭାରତୀୟ ଦଳ ବର୍ତ୍ତମାନ ଆୟର୍ଲାଣ୍ଡ ଗସ୍ତରେ ଅଛି। ଏଠାରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି ଭାରତ। ଏହି ସିରିଜର ପ୍ରଥମ ୨ ମ୍ୟାଚରେ ଟିମ ଇଣ୍ଡିଆ ସହଜରେ ୨-୦ ଅଗ୍ରଣୀ ହାସଲ କରିଛି। ବର୍ତ୍ତମାନ ଦଳ ଅଧିନାୟକ ଜସପ୍ରୀତ ବୁମ୍‌ରାଙ୍କ ନେତୃତ୍ୱରେ ସିରିଜରେ କ୍ଲିନସୁଇପ୍‌ ଉପରେ ନଜର ରଖିଛି। ତାଙ୍କ ଅଧିନାୟକତ୍ୱ କ୍ୟାରିୟର ଆରମ୍ଭ ହେବା ସହିତ ବୁମରା ନିଜକୁ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ଲବରେ ସାମିଲ କରିଛନ୍ତି।

ବୁମ୍‌ରା ବର୍ତ୍ତମାନ ବିରାଟ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ସମାନ କ୍ଲବରେ ପହଞ୍ଚିଛନ୍ତି। ବିରାଟ ୨୦୧୮ରେ ଅଧିନାୟକ ଭାବେ ଆୟାର୍ଲାଣ୍ଡ ବିପକ୍ଷରେ ୨ଟି ମ୍ୟାଚ୍‌ ଜିତିଥିଲେ, ହାର୍ଦ୍ଦିକ ୨୦୨୨ରେ ଆୟର୍ଲାଣ୍ଡ ବିପକ୍ଷରେ ଅଧିନାୟକ ଭାବରେ ୨ଟି ମ୍ୟାଚ ଜିତିଥିଲେ। ବୁମ୍‌ରା ମଧ୍ୟ ଆୟର୍ଲାଣ୍ଡ ବିପକ୍ଷରେ କ୍ରମାଗତ ୨ଟି ମ୍ୟାଚ୍‌ ଜିତିଛନ୍ତି। ଏବେ ତୃତୀୟ ମ୍ୟାଚରେ ଉଭୟଙ୍କୁ ପଛରେ ପକାଇବାକୁ ବୁମରାଙ୍କୁ ସୁଯୋଗ ମିଳିବ।

୧୧ ମାସ ପରେ ଟିମ ଇଣ୍ଡିଆକୁ ଫେରିଥିବା ବୁମ୍‌ରାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଥିଲା। ଏହା ସହିତ ତାଙ୍କୁ ଅଧିନାୟକତ୍ୱର ଅତିରିକ୍ତ ଦାୟିତ୍ୱ ମଧ୍ୟ ପରିଚାଳନା କରିବାକୁ ପଡ଼ିଲା। ଉଭୟ ବିଭାଗରେ ଚମତ୍କାର ପ୍ରଦର୍ଶନ କରୁଥିବାବେଳେ ବୁମ୍‌ରା ଏପର୍ଯ୍ୟନ୍ତ ସିରିଜରେ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି।

Share