Categories: ଖେଳ

କ୍ରିକେଟ୍‌ରେ ଫୁଟବଲ୍‌ ତଡ୍‌କା ଲଗାଇଲେ ବୁମ୍‌ରା

ନୂଆଦିଲ୍ଲୀ,୧୨।୧୦: ୨୦୨୩ ବିଶ୍ୱକପର ୯ମ ମ୍ୟାଚରେ ଟିମ ଇଣ୍ଡିଆ ଆଫଗାନିସ୍ତାନକୁ ୮ ଉଇକେଟରେ ପରାସ୍ତ କରିଛି। ଜଶପ୍ରୀତ ବୁମ୍‌ରା ଭାରତ ପାଇଁ ଚମତ୍କାର ବୋଲିଂ କରି ୪ଟି ଉଇକେଟ ନେଇଥିଲେ। ଉଇକେଟ ନେବା ପରେ ବୁମରା ଏକ ବିଶେଷ ଢଙ୍ଗରେ ସେଲିବ୍ରେଶନ କରିଥିଲେ। ଏହା ମାଧ୍ୟମରେ ସେ କ୍ରିକେଟରେ ଫୁଟବଲର ତଡ୍‌କା ଲଗାଇଥିଲେ। ବୁମରାଙ୍କ ଫଟୋ ଫୁଟବଲ କ୍ଲବ ମଞ୍ଚେଷ୍ଟର ୟୁନାଇଟେଡ ଦ୍ୱାରା ଶେୟାର କରାଯାଇଛି।
ବୁମରା ଇଂରାଜୀ ଫୁଟବଲର୍‌ ମାର୍କସ ରଶଫୋର୍ଡଙ୍କ ପରି ସେଲିବ୍ରେଶନ କରିଥିଲେ। ଉଇକେଟ ନେବା ପରେ ସେ ତାଙ୍କ ମୁଣ୍ଡ ପାର୍ଶ୍ୱରେ ଏକ ଆଙ୍ଗୁଠି ରଖିଥିଲେ। ତାଙ୍କ ଫଟୋ ଇନଷ୍ଟାଗ୍ରାମରେ ମାଞ୍ଚେଷ୍ଟର ୟୁନାଇଟେଡ ଦ୍ୱାରା ଶେୟାର କରାଯାଇଛି। ବୁମରାଙ୍କ ସହ ରଶଫୋର୍ଡ ମଧ୍ୟ ଫଟୋରେ ନଜର ଆସିଛନ୍ତି। ରଶଫୋର୍ଡ ମାଞ୍ଚେଷ୍ଟର ୟୁନାଇଟେଡ ପାଇଁ ଖେଳନ୍ତି।
ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ଖେଳାଯାଇଥିବା ମ୍ୟାଚରେ ବୁମରା ୧୦ ଓଭରରେ ୩୯ ରନ ପାଇଁ ୪ ଉଇକେଟ ନେଇଥିଲେ।

Share