Categories: ଖେଳ

ବୁମ୍‌ରା ଅଧିନାୟକ

ନୂଆଦିଲ୍ଲୀ, ୧ା୮: ଡବ୍‌ଲିନଠାରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯିବାକୁଥିବା ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଷ୍ଟାର ପେସ୍‌ ବୋଲର ଯଶପ୍ରୀତ ବୁମ୍‌ରା ଭାରତୀୟ ଦଳର ନେତୃତ୍ୱ ନେବେ। ବହୁ ଦିନ ଧରି ଆଘାତଜନିତ ସମସ୍ୟାରେ ରହିବା ପରେ ସେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୩ ମ୍ୟାଚ ବିଶିଷ୍ଟ ସିରିଜ ଅଗଷ୍ଟ ୧୮ରୁ ୨୩ ପର୍ଯ୍ୟନ୍ତ ଖେଳଯିବ। ନ୍ୟୁଜିଲାଣ୍ଡରେ ପିଠିରେ ଅସ୍ତ୍ରୋପଚାର କରିବା ପରେ ସେ ନ୍ୟାଶନାଲ କ୍ରିକେଟ ଏକାଡେମୀରେ କିଛି ଦିନ ରିହାବିଲିଟେଶନରେ ଥିଲେ। ଏହି ଅଗ୍ରଣୀ ପେସ୍‌ ବୋଲର ନିକଟରେ ଅଲୁର ଗ୍ରାଉଣ୍ଡରେ ଭ୍ରମଣକାର ମୁମ୍ବାଇ ବିପକ୍ଷରେ ୧୦ ଓଭର ପୁରା କୋଟା ବୋଲିଂ କରିଥିଲେ। ଚୟନକର୍ତ୍ତାମାନେ ଦଳରେ କର୍ନାଟକ ପେସ୍‌ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ମଧ୍ୟ ସାମିଲ କରିଛନ୍ତି। ଷ୍ଟ୍ରେସ୍‌ ଫ୍ରାକ୍‌ଚର ପାଇଁ ଅସ୍ତ୍ରୋପଚାର ପୂର୍ବରୁ ଏହି ଡାହାଣହାତୀ ପେସ୍‌ ବୋଲର ଭାରତ ପାଇଁ ଶେଷ ଥର ଗତବର୍ଷ ଅଗଷ୍ଟରେ ଜିମ୍ବାଓ୍ବେ ବିପକ୍ଷରେ ଏକ ଅନ୍ତର୍ଜାତୀୟ ଦିନିକିଆ ଖେଳିଥିଲେ। ଋତୁରାଜ ଗାଏକ୍ୱାଡଙ୍କୁ ଉପଅଧନାୟକ ମନୋନୀତ କରାଯାଇଛି।

ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ: ଯଶପ୍ରୀତ ବୁମ୍‌ରା (ଅଧିନାୟକ), ଋତୁରାଜ ଗାଏକ୍ୱାଡ (ଉପଅଧିନାୟକ), ଯସଶ୍ୱୀ ଜୟସ୍ବାଲ, ତିଳକ ବର୍ମା, ରିଙ୍କୁ ସିଂ, ସଞ୍ଜୁ ସାମ୍‌ସନ (ଉଇକେଟ କିପର), ଶିବମ ଦୁବେ, ଓ୍ବାଶିଂଟନ ସୁନ୍ଦର, ଶାହାବାଜ ଅହମଦ, ରବି ବିଶ୍ନୋଇ, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂ, ମୁକେଶ କୁମାର ଓ ଆଭେଶ ଖାଁ।

Share