ଓଭାଲ,୨।୯: ଏଠାରେ ଚାଲିଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଦଳ ୧୯୧ ରନ୍ରେ ଅଲଆଉଟ୍ ହୋଇଯାଇଛି। ଏହାପରେ ଗୋଟିଏ ଓଭରରେ ଇଂଲଣ୍ଡର ଦୁଇ ଓପନରଙ୍କୁ ବିଦା କରିଛନ୍ତି ଯଶପ୍ରୀତ ବୁମରା। ରୋରି ବନର୍ସ (୫)ଙ୍କୁ କ୍ଲିନ ବୋଲ୍ଡ କରିବା ପରେ ହାସିବ ହମିଦ (୦)ଙ୍କୁ ଉଇକେଟକିପର ରିଷଭ ପନ୍ତଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ। ରିପୋର୍ଟ ଲେଖା ହେବା ସୁଦ୍ଧା ଘରୋଇ ଇଂଲଣ୍ଡ ୨ ଉଇକେଟ ହରାଇ ୧୭ ରନ୍ କରିଛି। ଅଧିନାୟକ ଜୋ ରୁଟ୍ ଓ ଦାଓ୍ବିଦ ମଲାନ କ୍ରିଜ୍ରେ ଅଛନ୍ତି। ଇଂଲଣ୍ଡକୁ ଇନିଂସ ଅଗ୍ରଣୀ ପାଇଁ ବଳକା ୮ ଉଇକେଟରେ ୧୭୪ ରନ୍ ଦରକାର।