ଇତିହାସ ରଚିଲେ ବୁମ୍‌ରା, ଗୋଟିଏ ରନ୍‌ ନକରି ମଧ୍ୟ ହେଲେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌

ନୂଆଦିଲ୍ଲୀ, ୦୩।୦୭: ଆଇସିସି ଟି-୨୦ ବିଶ଼୍ବକପ୍‌ରେ ବୋଲରମାନଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ଦେଖିବାକୁ ମିଳିଥିବା ବେଳେ ବ୍ୟାଟ୍ସମ୍ୟାନ୍‌ମାନଙ୍କ ପାଇଁ ଟୁର୍ଣ୍ଣାମେଣ୍ଟ ସେତେ ଭଲ ନଥିଲା । ତଥାପି ଲଗାତାର ୯ ଟି ମ୍ୟାଚ୍‌ ବିଜୟ ସହ ଟିମ୍‌ ଇଣ୍ଡିଆ ଚାମ୍ପିୟନ୍‌ ହୋଇଛି ଏବଂ ଜସ୍‌ପ୍ରୀତ ବୁମ୍‌ରାଙ୍କୁ ପ୍ଲେୟର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ ଟ୍ରଫି ମଧ୍ୟ ମିଳିଛି । ଏଥିସହିତ ବୁମ୍‌ରା ଏକ ବିରଳ ରେକର୍ଡ ନିଜ ନାମରେ କରିଛନ୍ତି । ଟି-୨୦ ବିଶ଼୍ବକପ୍‌ ଇତିହାସରେ ପୂର୍ବରୁ ଏହି ରେକର୍ଡ କେହି କରିନାହାନ୍ତି । ପ୍ରଥମ ଖେଳାଳି ଭାବେ ସେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ କୌଣସି ରନ୍‌ ନକରି ମଧ୍ୟ ପ୍ଲେୟର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ ହୋଇଛନ୍ତି ।

ଟୁର୍ଣ୍ଣାମେଣ୍ଟରେ ବୁମ୍‌ରାଙ୍କୁ କେବଳ ଥରେ ହିଁ ବ୍ୟାଟିଂ କରିବାକୁ ସୁଯୋଗ ମିଳିଥିଲା । କିନ୍ତୁ ସେ ରନ୍‌ କରିବା ପୂର୍ବରୁ ଆଉଟ୍‌ ହୋଇଯାଇଥିଲେ । ଭାରତ ୯ ମ୍ୟାଚ୍‌ ଖେଳିଥିବା ବେଳେ ବାକି ୮ଟିରେ ବୁମ୍‌ରାଙ୍କୁ ବ୍ୟାଟିଂ ସୁଯୋଗ ମିଳିନଥିଲା ।

ବୁମ୍‌ରା ଟି-୨୦ ବିଶ଼୍ବକପ୍‌ରେ ୧୫ଟି ୱିକେଟ୍‌ ନେଇଥିଲେ । ତେଣୁ ଭାରତୀୟ ଦଳ ପାଇଁ ସେ ଗେମ୍‌ ଚେଞ୍ଜର୍‌ ସାବ୍ୟସ୍ତ ହୋଇଥିଲେ । ଭାରତୀୟ ଟିମ୍‌ ଯେଉଁ ମ୍ୟାଚ୍‌ରେ ହାରିବା ସ୍ଥିତିରେ ପହଞ୍ଚି ଯାଉଥିଲା, ସେଠି ବୁମ୍‌ରାଙ୍କ ଯାଦୁ ଦେଖିବାକୁ ମିଳୁଥିଲା । ଘାତକ ବୋଲିଂ କରି ଦଳକୁ ସେ ବିଜୟୀ କରାଉଥିଲେ । ତାଙ୍କ ଇକୋନୋମୀ ରେଟ୍‌ ୪.୧୭ ରହିଛି । ଯାହାକି ଟି-୨୦ରେ ୧୦୦ରୁ ଅଧିକ ବୋଲରଙ୍କ ଇକୋନୋମୀ ରେଟ୍‌ ଠାରୁ ସର୍ବୋତ୍ତମ ।

Share