ଟ୍ରେଣ୍ଟ ବ୍ରିଜ,୭।୮: ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟକୁ ଜିତିବା ପାଇଁ ଭାରତୀୟ ଦଳ ଆଗରେ ଧାର୍ଯ୍ୟ ହୋଇଛି ୨୦୯ ରନ୍ର ବିଜୟ ଲକ୍ଷ୍ୟ। ପ୍ରଥମ ଇନିଂସରେ ୯୫ ରନ୍ରେ ପଛୁଆ ଥିବା ଘରୋଇ ଦଳ ଦ୍ୱିତୀୟ ଇନିଂସରେ ୩୦୩ ରନ୍ରେ ଅଲଆଉଟ୍ ହୋଇଯାଇଛି। ୧୦୯ ରନ୍ର ଇନିଂସ ଖେଳିଥିଲେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍। ବୋଲିଂରେ ଭାରତ ପାଇଁ ୫ ଉଇକେଟ ସଫଳତା ହାତେଇଥିଲେ ଯଶପ୍ରୀତ ବୁମରା। ମହମ୍ମଦ ସିରାଜ ଓ ଶାର୍ଦ୍ଦୁଳ ଠାକୁର ୨ ଲେଖାଏ ଉଇକେଟ ନେଇଥିବାବେଳେ ମହମ୍ମଦ ଶାମି ଗୋଟିଏ ଉଇକେଟ ହାସଲ କରିଥିଲେ। ଉଲ୍ଲେଖଯୋଗ୍ୟ, ଭାରତ ପ୍ରଥମ ଇନିଂସରେ ୧୭୮ ରନ୍ କରିଥିଲା।