କାର୍‌ରେ ବିଡ଼ା ବିଡ଼ା ନୋଟ୍‌: ଗଣିବା ପାଇଁ ସକାଳୁ ହେଲା ସନ୍ଧ୍ୟା…

ଡୁଙ୍ଗରପୁର,୨୩।୫: ରାଜସ୍ଥାନ ଡୁଙ୍ଗରପୁରରୁ ଏକ କାର୍ରୁ ବିଡ଼ା ବିଡ଼ା ନୋଟ୍‌ ଜବତ ହୋଇଛି। ଏସବୁ କଳାଧନ ବୋଲି ଅନୁମାନ କରାଯାଉଛି। କାର୍‌ଟି ଦିଲ୍ଲୀରୁ ଗୁଜରାଟ ଯାଉଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। କାର୍‌ରେ ୪ କୋଟି ୫୦ ଲକ୍ଷ ଟଙ୍କାରୁ ଅଧିକ ନୋଟ୍‌ ଥିବା ଡିଏସ୍‌ପି ମନୋଜ ସଓ୍ବାରିୟା କହିଛନ୍ତି। ବିଛିଓ୍ବାଡ଼ା ପୋଲିସ ଷ୍ଟେଶନରେ ନୋଟ୍‌ ଗଣିବା ପାଇଁ ବ୍ୟାଙ୍କରୁ ମେସିନ୍‌ ମଗାଯାଇଲା। ନୋଟ୍‌ ଗଣାଯିବାରେ ସକାଳରୁ ସନ୍ଧ୍ୟା ହୋଇ ଯାଇଥିଲା। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇ ତଦନ୍ତ ଜାରି ରହିଛି। କାରକୁ ଜବତ କରାଯାଇଛି।

Share