ଘରୁ ମିଲିଲା ବିଡା ବିଡ଼ା ଟଙ୍କା, ସୁନା ଅଳଙ୍କାର

ଝାରସୁଗୁଡ଼ା ଅଫିସ,୨୫।୨: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡ଼ା ଓଏମ୍‌ଭିଡି ଏଏସ୍‌ଆଇ ହରେ କୃଷ୍ଣ ନାୟକଙ୍କ ବିଜୁନଗର ସ୍ଥିତ ଭଡାଘର ସମେତ ୫ଟି ସ୍ଥାନରେ ଏକ କାଳୀନ ଶୁକ୍ରବାର ପୂର୍ବାହ୍ନରୁ ଭିଜିଲାନ୍ସ ଚଢାଉ ଜାରି ରହିଛି। ଚଢାଉ ମଧ୍ୟରେ ଏଏସଆଇ ନାୟକଙ୍କ କଟକ ମଙ୍ଗଳାବାଗ ସ୍ଥିତ ବାସଭବନ, ପୁରୀ ଜଲା କୃଷ୍ଣପ୍ରସାଦ, ବ୍ରହ୍ମପୁର, ଝାରସୁଗୁଡା ଭଡାଘର ଓ କାର୍ଯ୍ୟାଳୟ ଆଦି ସ୍ଥାନରେ ଚଢାଉ ଜାରି ରହିଛି।

କଟକ ଭିଜିଲାନ୍ସ ଡିଭିଜନ ଏସ୍‌ପି ଅକ୍ଷୟ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଚାଲିଥିବା ଏହି ଚଢାଉରେ ୪ଟି ଭିଜିଲାନ୍ସ ଟିମ୍‌ ରହିଛନ୍ତି । ଝାରସୁଗୁଡା ଚଢାଉରେ ଭିଜିଲାନ୍ସ ଡିଏସ୍‌ପି ବିଜୟ ଓରାମଙ୍କ ନେତୃତ୍ରେ ୫ଜଣ ଅଧିକାରୀ ସାମିଲ ହୋଇଛନ୍ତି। ଚଢାଉ ବେଳେ ଅଧିକାରୀମାନେ ଲକ୍ଷ ଲକ୍ଷ ଟଙ୍କା, ବିପୁଳ ପରିମାଣର ସୁନା ଅଳଙ୍କାର ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡିଛି । ଚଢାଉ ଜାରି ରହିଛି ଏହା ସମ୍ପୂଣ୍ଣ ହେଲେ ସବିଶେଷ ତଥ୍ୟ ଜଣାପଡିବ ବୋଲି ଡିଏସପି ଓରାମ କହିଛନ୍ତି।