‘ବଣ୍ଟି ଔର ବବଲି ୨’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ଫିଲ୍ମ ‘ବଣ୍ଟି ଔର ବବଲି’ର ସ୍ବିକେଲ ‘ବଣ୍ଟି ଔର ବବଲି ୨’ ଟ୍ରେଲର ନିକଟରେ ରିଲିଜ୍‌ ହୋଇଯାଇଛି। ଯେଉଁଥିରେ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ସହ ଅଭିନେତ୍ରୀ ରାଣୀ ମୁଖାର୍ଜୀ ନଜର ଆସୁଛନ୍ତି। ଦୀର୍ଘ ବର୍ଷ ପରେ ପୁଣି ଏହି ଯୋଡି ପରଦାକୁ ଫେରୁଛନ୍ତି। ତାଙ୍କ ବ୍ୟତୀତ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ସରବରୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି।

‘ବଣ୍ଟି ଔର ବବଲି’ରେ ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଯୋଡି ନଜର ଆସିଥିବା ବେଳେ ଏହାର ସ୍ବିକେଲରେ ସୈଫ ଅଲ୍ଲୀ ଖାନ୍‌ ଏବଂ ରାଣୀଙ୍କ ଯୋଡିକୁ ଦର୍ଶକ ଦେଖିବାକୁ ପାଇବେ। କିଛି ଦିନ ପୂର୍ବରୁ ଏହାର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଥିଲା। ଯାହାକୁ ଫ୍ୟାନ୍ସ ବେଶ୍‌ ପସନ୍ଦ କରିଥିଲେ।

Share