ଧରାପଡ଼ିଲେ ବଣ୍ଟି-ବବ୍‌ଲି ଯୋଡ଼ି:ସେଲିବ୍ରିଟିଙ୍କ ଫେକ୍‌ ଆଇଡିରେ ପ୍ରେମ ସମ୍ପର୍କ

ବାଲେଶ୍ୱର, ୧୫।୧୧(ବାଞ୍ଛାନିଧି ଦେ):ବାଲେଶ୍ୱର ସାଇବର ଥାନା ପୋଲିସ ହାତରେ ବଣ୍ଟି-ବବ୍‌ଲି ଯୋଡ଼ି ଓ ସେମାନଙ୍କ ଗ୍ୟାଙ୍ଗ ଧରାପଡ଼ିଛନ୍ତି। ଏହି ଗ୍ୟାଙ୍ଗ ସେଲିବ୍ରିଟିଙ୍କ ଫେକ୍‌ ଆଇଡି ଦ୍ୱାରା ପ୍ରଥମେ ପ୍ରେମ ସମ୍ପର୍କ ଗଢୁଥିଲେ। ପରେ ବିଭିନ୍ନ ବାହାନା କରି ଲୁଟୁ ଥିଲେ ଟଙ୍କା। ଏପରି କି ଧରାପଡ଼ିଲେ ଜୀବନରୁ ମାରିଦେବାକୁ ଧମକ୍‌ ଦେଉଥିଲେ। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲାରେ। ଚାନ୍ଦିପୁର ଥାନା ଅଞ୍ଚଳର ଜଣେ ଯୁବତୀ ଏହି ସାଇବର ଠକଙ୍କ ଶିକାର ହୋଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବୁଧବାର ସାଇବର ଥାନା ପୋଲିସ ଏକ ମାମଲା (ନଂ. ୪୮/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ଘଟଣାରୁ ପ୍ରକାଶ, ରିଲ୍ସ ଅଭିନେତା ଚିକୁ ଦାଶଙ୍କ ଫଟୋ ଲଗାଇ ଫେସବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲିଥିଲେ ବାଲେଶ୍ୱର ସହର ନୂଆବଜାର ଅଞ୍ଚଳର ଶପଥ ଦେ। ପରେ ଅଭିଯୋଗକାରିଣୀ ଯୁବତୀଙ୍କ ସହ ଫେସବୁକ୍‌ ମାଧ୍ୟମରେ ସମ୍ପର୍କ ବଢ଼ାଇବା ସହ ବିଶ୍ୱାସ ଜନ୍ମାଇଥିଲେ। ଏହାପରେ କେତେବେଳେ ନିଜ ବାଇକ୍‌ ଖରାପ କହି ଟଙ୍କା ମାଗିଲେ, ତ କେତେବେଳେ ବାପାଙ୍କୁ କ୍ୟାନ୍‌ସର ହୋଇଥିବା କହି ଟଙ୍କା ମାଗିଥିଲେ। ଏହିଭଳି ମୋଟ୍‌ ୨ଲକ୍ଷ ୫୭ହଜାର ୮୯୯ ଟଙ୍କା ଲୁଟିଥିବା ଏତଲାରେ ଦର୍ଶାଯାଇଛି। ଯୁବତୀଜଣକ ଟଙ୍କା ଫେରସ୍ତ ମାଗିବାରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଶପଥ ଦେ, ଭାଇ ରଜତ ଦେ ଓ ରଜତଙ୍କ ଶଳା ମନୋଜ ମହାନ୍ତିଙ୍କ ଆକାଉଣ୍ଟକୁ ଉକ୍ତ ଟଙ୍କା ଟ୍ରାନ୍ସଫର ହୋଇଥିବା ଜାଣିବା ପରେ ସେ ସେମାନଙ୍କୁ ଫୋନ୍‌ କରି ଟଙ୍କା ଫେରସ୍ତ ମାଗିଥିଲେ। ସମସ୍ତେ ମିଶି ଯୁବତୀଙ୍କୁ ହତ୍ୟା ଧମକ ଦେବା ସହ ବ୍ଲାକମେଲ୍‌ କରିଥିଲେ। ମୋବାଇଲ ଟ୍ରାକିଂ କରାଯାଇ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ତିନୋଟି ଟିମ୍‌ ସହରର ଏକ ହୋଟେଲରେ ଚଢ଼ାଉ କରି ଶପଥ ଓ ତାଙ୍କ ବାନ୍ଧବୀ, ଭାଇ ରଜତ ଓ ତାଙ୍କ ଶଳାଙ୍କୁ ହେପାଜତକୁ ଆଣିଥିଲେ। ସେମାନଙ୍କୁ ଅଟକ ରଖାଯାଇ ଏକ ଗୁପ୍ତ ସ୍ଥାନରେ ପୋଲିସ ପକ୍ଷରୁ ପଚରାଉଚରା ଜାରି ରହିଛି।
ତେବେ ଶପଥ ଫେସବୁକ୍‌ ମାଧ୍ୟମରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଝିଅମାନଙ୍କ ସହ ପ୍ରେମ ସମ୍ପର୍କ ବଢ଼ାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ବାନ୍ଧବୀ ମଧ୍ୟ ସମାନ ଭାବେ ପୁଅମାନଙ୍କୁ ପ୍ରେମ ଜାଲରେ ଫସାଇ ଟଙ୍କା ଲୁଟ୍‌ କରୁଥିଲେ। ଏହାର ଶିକାର ହୋଇଥିବା ଅନେକ ଯୁବତୀଯୁବକ ଭୁବନେଶ୍ୱର ସମେତ ବିଭିନ୍ନ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri