Categories: ଜାତୀୟ

ବୁରାଡ଼ି ହିଂସା: ୨୪ ଆନ୍ଦୋଳନକାରୀଙ୍କ ଫଟୋ ଜାରି

ନୂଆଦିଲ୍ଲୀ, ୭।୨: ଜାନୁୟାରୀ ୨୬ରେ କୃଷି ଆଇନକୁ ବିରୋଧ କରି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଟ୍ରାକ୍ଟର ରାଲି ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ବୁରାଡ଼ିରେ ଘଟିଥିବା ହିଂସାରେ ସମ୍ପୃକ୍ତ ଥିବା ୨୪ ଜଣ ଆନ୍ଦୋଳନକାରୀଙ୍କ ଫଟୋ ଦିଲ୍ଲୀ ପୋଲିସ ପକ୍ଷରୁ ଜାରି କରାଯାଇଛି। ଫଟୋରେ ଅଭିଯୁକ୍ତମାନେ ହାତରେ ଲାଠି ଏବଂ କାଠ ଖମ୍ବ ଫାଳିଆ ଧରି ଭଙ୍ଗାରୁଜା କରୁଥିବାର ଦେଖିବାକୁ ମିଳୁଛି। ସିସିଟିଭି ଫୁଟେଜ୍‌ ଏବଂ ମୋବାଇଲ୍‌ ଭିଡ଼ିଓରୁ ଏସ୍‌ଆଇଟି ଏସବୁ ଫଟୋ ସଂଗ୍ରହ କରିଛନ୍ତି। ସୁରକ୍ଷାକର୍ମୀ ଆନ୍ଦୋଳନକାରୀଙ୍କୁ ଅଟକାଇବାରୁ ସେମାନେ ଉତ୍‌କ୍ଷୀପ୍ତ ହୋଇ ହିଂସାକାଣ୍ଡ ଘଟାଇଥିଲେ। ସୁରକ୍ଷା କାର୍ଯ୍ୟରେ ନିୟୋଜିତଥିବା କର୍ମୀଙ୍କ ସହିତ ଧସ୍ତାଧସ୍ତି ହୋଇ ସେମାନଙ୍କୁ ମାଡ଼ ମଧ୍ୟ ମାରିଥିଲେ।

Share