ବୃଦ୍ଧା ମା’ ଉପରେ ମାନସିକ ବିକାର ପୁଅର ବୋଝ

କୋକସରା,୭ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଜିକୁ ୨ ବର୍ଷ ହେବ ମାନସିକ ବିକାର ଭେଣ୍ଡିଆ ପୁଅର ବୋଝକୁ ନେଇ ଜୀବନ କାଟୁଛନ୍ତି କଳାହାଣ୍ଡି ଜିଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ସିଆଲଲଟି ପଡ଼ାର ବିଧବା ବୃଦ୍ଧା ନେପୁର ମାଝି। ସ୍ବାମୀ ଥିବା ବେଳେ ମୂଲମଜୁରୀ କରି ଦୁଇପୁଅଙ୍କ ସହ ଖୁସିରେ ଜୀବନ ଅତିବାହିତ କରୁଥିଲେ। ଆଜିକୁ ୭ବର୍ଷ ତଳେ ସ୍ବାମୀ ଧନସିଂ ମାଝିଙ୍କ ଦେହାନ୍ତ ପରେ ବିଧବା ମହିଳାଙ୍କ ଉପରେ ସତେଯେମିତି ଦୁଃଖର କଳାବାଦଲ ମାଡି ବସିଲା। ବଡ଼ ପୁଅ କେଶବ ମାଝି (୨୮) ଏବେ ମାନସିକ ବିକାର ଗ୍ରସ୍ତ ହୋଇ ମା’ଙ୍କ ସାହାରାରେ ଜୀବନ କାଟୁଛନ୍ତି। କେଶବ ପିଲାବେଳୁ ଠିକ୍‌ ଥିଲେ। ଡଙ୍ଗରିଗୁଡା ଇନ୍ଦ୍ରାବତୀ ହାଇସ୍କୁଲରେ ମାଟ୍ରିକ ଓ କୋକସରା ପଞ୍ଚାୟତ କଲେଜରେ ଯୁକ୍ତ ଦୁଇ ପାସ୍‌ କରିବା ପରେ ଘରର ଆର୍ଥିକ ଅନଟନ କାରଣରୁ ପାଠପଢ଼ାରେ ଡୋରି ବାନ୍ଧି ଗ୍ୟାରେଜରେ ମେକାନିକ କାମ କରୁଥିଲେ।

ବାପା ଚାଲିଯିବା ପରେ ଆଜିକୁ ୨ ବର୍ଷ ହେଲା କେଶବଙ୍କ ମାନସିକ ଅବସ୍ଥା ଧୀରେ ଧୀରେ ବିକାର ଗ୍ରସ୍ତ ହେବାରେ ଲାଗିଲା। ଗାଁରେ ଗଣ୍ଡଗୋଳ କରିବା ଓ ଘରେ ଜାଗା ନ ଥିବାରୁ ଗାଁରେ ବନ୍ଦ ପଡିଥିବା ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହରେ ବିଧବା ମା’ କେଶବକୁ ୮ ମାସ ହେବ ରଖିଛନ୍ତି। କେଶବଙ୍କ ଖାଇବା ପିଇବା ସହ ସେବାଯତ୍ନ ମଧ୍ୟ ନେଉଛନ୍ତି। ତେବେ ମାନସିକ ବିକାର ପୁଅକୁ ଆଉ କେତେଦିନ ଯତ୍ନ ନେବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି।

କେଶବଙ୍କ ସାନ ଭାଇ ଭକ୍ତ ମାଝି (୨୩) ମଧ୍ୟ ମାଟ୍ରିକ ପରେ ପାଠପଢ଼ା ବନ୍ଦ କରି ଶ୍ରମିକ ଭାବେ କାମ କରି ମା’ ଓ ମାନସିକ ବିକାର ଭାଇର ପେଟକୁ ଦାନା ଯୋଗାଉଛନ୍ତି। ବିଧବା ନେପୁରଙ୍କୁ ବିଧବା ଭତ୍ତା ଓ ମାସିକ ୧୫ କେଜି ପିଡ଼ିଏସ୍‌ ମିଳୁଥିବା ବେଳେ ଏବେ ମାନସିକ ବିକାର ଭେଣ୍ଡିଆ ପୁଅର ଚିକିତ୍ସା କରିବା ତାଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି।

ବ୍ଲକ ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗ ଏ ଦିଗରେ ପଦକ୍ଷେପ ନେଇ ମାନସିକ ବିକାର ଯୁବକ କେଶବଙ୍କୁ ଚିକିତ୍ସା କରାଇଲେ ସେ ସୁସ୍ଥ ହୋଇପାରନ୍ତେ ବୋଲି ଗ୍ରାମବାସୀ ଗଣମାଧ୍ୟମ ଜରିଆରେ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି। ଏ ନେଇ କୋକସରା ସିଏଚ୍‌ସି ଭାରପ୍ରାପ୍ତ ଡାକ୍ତର ତତ୍ତ୍ୱଦର୍ଶୀ ଦାସଙ୍କ ପ୍ରତିକ୍ରିୟା ନେବାରୁ ଘଟଣା ସମ୍ପର୍କରେ ଆମେ ଅବଗତ ନ ଥିଲୁ। ମେଡିକାଲ ଟିମ୍‌ ପଠାଇ ସ୍ବାସ୍ଥ୍ୟ ପରୀକ୍ଷା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। କୋକସରା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରାଙ୍କ ପ୍ରତିକ୍ରିୟା ନେବାରୁ ଘଟଣା ବିଷୟରେ ସ୍ଥାନୀୟ ସରପଞ୍ଚଙ୍କ ସହିତ ଆଲୋଚନା କରି କେଶବଙ୍କ ଚିକିତ୍ସା ପାଇଁ ଶୀଘ୍ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ଚାଲାଣ ମାମଲା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ ମାସ ମଧ୍ୟରେ ମାମଲାର ବିଚାର ଶେଷ କରନ୍ତୁ

ନୂଆଦିଲ୍ଲୀ,୧୬।୪: ଶିଶୁ ଚାଲାଣ ମାମଲାରେ ଦୋଷୀଙ୍କୁ କଠୋର ଦଣ୍ଡ ଓ ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଜଷ୍ଟିସ...

ବସା ପୋଡ଼ାଯିବା ସତ୍ତ୍ୱେ ମୁଣ୍ଡବିନ୍ଧାର କାରଣ ପାଲଟିିଛନ୍ତି ମହୁମାଛି, ବନ ବିଭାଗକୁ ଚିଠି ଲେଖିଲେ ବିଡିଓ

ଦାରିଙ୍ଗବାଡି,୧୬।୪ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ସେବାଶ୍ରମରେ ଛାତ୍ରୀଛାତ୍ରଙ୍କୁ ମହୁମାଛି ଆକ୍ରମଣ ଘଟଣା ଚିନ୍ତାର ବିଷୟ ପାଲଟିଥିଲା। ତେବେ ବୁଧବାର ମଧ୍ୟ...

ଭାରତରେ ପ୍ରଥମ: ଏହି ଏକ୍ସପ୍ରେସ୍ ଟ୍ରେନରେ ଆରମ୍ଭ ହେବ ATM ସେବା

ନୂଆଦିଲ୍ଲୀ,୧୬।୪: ଭାରତର ପ୍ରଥମ ଟ୍ରେନ୍ ଭାବେ ମୁମ୍ବାଇ-ମନମାଡ ପଞ୍ଚବଟି ଏକ୍ସପ୍ରେସ୍ ATM ସେବା ଆରମ୍ଭ ହୋଇଛି ହୋଇଛି। ଏହି ATM ଟ୍ରେନର ଏକ ଏୟାରକଣ୍ଡିସନଡ୍(ଏସି) କୋଚ୍‌ରେ...

ମୁର୍ଶିଦାବାଦରେ ହିଂସା: ଓ୍ବକଫ ବିବାଦକୁ ନେଇ କାହିଁକି ଚୁପ୍‌ ମମତା

ମୁର୍ଶିଦାବାଦ, ୧୬।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲାରେ ଓ୍ବକଫ (ସଂଶୋଧନ) ଆଇନ, ୨୦୨୫କୁ ବିରୋଧ କରି ହୋଇଥିବା ବିକ୍ଷୋଭ ହିଂସାରେ ପରିଣତ ହୋଇଛି। ଏହି ଘଟଣାରେ ଅତିକମରେ...

Job Alert: ଟିମ୍‌ ଇଣ୍ଡିଆରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଯୋଗ୍ୟତା; କିଏ-କିଏ ଏବଂ କିଭଳି କରିପାରିବେ ଆବେଦନ… 

ନୂଆଦିଲ୍ଲୀ,୧୬।୪: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ)ରେ ନିଯୁକ୍ତି ସୁଯୋଗ। ବୋର୍ଡ ପକ୍ଷରୁ ବୁଧବାର ଖାଲି ପଦବୀ ବିଷୟରେ ସୂଚନା ଦିଆଯାଇଥିଲା। ଇଣ୍ଡିଆ ମହିଳା ଟିମ୍‌କୁ ମୁଖ୍ୟ...

୩୦ଫୁଟ ପୋଲତଳୁ ମିଳିଲା ଯୁବକଙ୍କ ମୃତଦେହ : ବଢ଼ୁଛି ସନ୍ଦେହ

ପାଟଣା,୧୬।୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ଭୀମ କୁଣ୍ଡ ରାସ୍ତାର ଡୁମୁରିଆ ନାଳ ପୋଲ (୩୦)ଫୁଟ ତଳୁ ବୁଧବାର ଅପରାହ୍ନରେ ଜଣେ ଯୁବକଙ୍କ...

ତାତିଲେ ବାପି ପଣ୍ଡା, ଦେଲେ ଖୋଲା ଧମକ

ଭୁବନେଶ୍ୱର,୧୬।୪: ବ୍ୟାନ ନହଟିଲେ ଯାତ୍ରା ବନ୍ଦ । ଆଉ ହେବନି ଯାତ୍ରା । ମାଲିକ ସଂଘକୁ ଶକ୍ତ ଝଟ୍‌କା । ମାଲିକଙ୍କ ନିଷ୍ପତ୍ତିକୁ ରୋକଠୋକ ଚ୍ୟାଲେଞ୍ଜ...

ବନ ବିହାରରେ ହେବ ଶହିଦ ସ୍ମୃତି ସ୍ତମ୍ଭ: ପ୍ରତିଶ୍ରୁତି ଦେଲେ ବିଧାୟକ

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ ବନ ସେବା ବ୍ରହ୍ମପୁର ସର୍କଲ ସଭାପତି ଅନୁପ କୁମାର ବିଷୋୟୀଙ୍କ ନେତୃତ୍ୱରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର କର୍ମକର୍ତ୍ତାମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image