ବୃଦ୍ଧଙ୍କ ଉପରେ ବୋଝ: ରୋଗଣା ସ୍ତ୍ରୀ, ମାନସିକ ବିକୃତ ଝିଅପୁଅ

ଆଳି,୨୮ା୯(ବନମାଳୀ ସେନାପତି): ହସଖୁସିରେ ପୂରି ଉଠୁଥିବା ସଂସାର ଉପରେ ଏବେ ଦୁଃଖର କଳା ବାଦଲ ଘୋଟିଯାଇଛି। ବୃଦ୍ଧ ଅବସ୍ଥାରେ ରୋଗଣା ସ୍ତ୍ରୀ, ମାନସିକ ବିକୃତ ଝିଅପୁଅଙ୍କ ସେବାଯତ୍ନ କରିବାରେ ଲାଗିଛନ୍ତି। ଏଭଳି ଏକ ପରିବାର କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ମହାଦେଇପାଟଣା ଗଁାର ହୃଷୀକେଶ ସାହୁ (୭୦)ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।
ପରିବାର କହିଲେ ହୃଷୀକେଶ, ସ୍ତ୍ରୀ କନକଲତା, ପୁଅ ମଣୀରାମ ଓ ଝିଅ ସବିତା। ହୃଷୀକେଶ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରିଥାନ୍ତି। ତାଙ୍କ ଝିଅ ସବିତା ୨୦ ବର୍ଷର ହୋଇଥିବାବେଳେ ଦେହ ଖରାପ ହେବାରୁ ସ୍ଥାନୀୟ ଡାକ୍ତରଖାନାରେ ତାଙ୍କୁ ଚିକିତ୍ସା କରାଇଥିଲେ। ମାତ୍ର ଦେହ ଭଲ ହୋଇ ନ ଥିଲା। ଆର୍ଥତ୍କ ସ୍ଥିତି ଖରାପ ଥିବାରୁ ଅଧିକ ଚିକିତ୍ସା କରାଇ ନ ପାରିବାରୁ ସବିତା ଅଧିକ ଅସୁସ୍ଥ ହେବା ସହ ମାନସିକ ବିକୃତି ଦେଖାଦେଇଥିଲା। ସବିତାଙ୍କୁ ଏବେ ୪୨ବର୍ଷ ହେଲାଣି। ପ୍ରାୟ ୨୦ ବର୍ଷରୁ ଊର୍ଦ୍ଧ୍ୱ ହେବ ସବିତା ଗୋଟିଏ ସ୍ଥାନରେ ପଡ଼ିଛନ୍ତି। ସବିତାଙ୍କ ମା’ କନକଲତା ଦୀର୍ଘବର୍ଷ ହେବ ଝିଅର ସେବା ଶୁଶ୍ରୂଷା କରୁଥିଲେ। ସେ୨ ବର୍ଷ ହେବ ପକ୍ଷାଘାତ ରୋଗରେ ପୀଡ଼ିତ। କନକଲତା ଏବେ ଝିଅର ଦେଖାଶୁଣା କରିପାରୁନାହାନ୍ତି। ସବିତା ଗୋଟିଏ ସ୍ଥାନରେ ପଡ଼ି ରହି ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ହୃଷୀକେଶ କହିଛନ୍ତି। ପୁଅ ମଣୀରାମ ମାନସିକ ବିକୃତ ଯୋଗୁ କେତେବେଳେ କେମିତି କାମ କରୁଛି ନଚେତ୍‌ ସବୁ ବେଳେ ଏଣେତେଣେ ବୁଲୁଛି। କନକଲତା ପକ୍ଷାଘାତରେ ପୀଡ଼ିତ ହୋଇଥିବାରୁ ପରିବାରର ଦୁଃଖ ବଢ଼ିଯାଇଛି। ତାଙ୍କ ପାଖରେ ଅର୍ଥର ଅଭାବ ଥିବାରୁ ସ୍ତ୍ରୀଙ୍କୁ ମଧ୍ୟ ଚିକିତ୍ସା ଯୋଗାଇ ପାରୁନାହାନ୍ତି। ବୃଦ୍ଧ ଅବସ୍ଥାରେ ଦିନ ମଜୁରି କରି ହୃଷୀକେଶ ପରିବାର ମୁହଁରେ ସବୁଦିନ ଦାନାମୁଠେ ଦେବାକୁ ଅକ୍ଷମ। ତେଣୁ ରାଜ୍ୟ ସରକାର ଏହି ପରିବାର ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇ ସହାୟତା ଯୋଗାଇ ଦେବା ସହ ତାଙ୍କ ଝିଅର ଚିକିତ୍ସା ନିମନ୍ତେ ସ୍ବତନ୍ତ୍ର ଦୃଷ୍ଟିଦେବାକୁ ହୃଷୀକେଶ ଗୁହାରି କରିଛନ୍ତି। ଏଥିସହ ସେମାନେ ରହୁଥିବା ଘରର କାନ୍ଥ ଲଗାଣ ବର୍ଷାରେ ଭାଙ୍ଗି ଯାଇଛି। ଛପର ହୋଇ ନ ଥିବାରୁ ବର୍ଷା ପାଣି ପଡ଼ୁଛି। ଆବାସ ଖଣ୍ଡେ ପାଇବା ନିମନ୍ତେ ଆବେଦନ କରିଥିଲେ ମଧ୍ୟ ତାହା ମିଳିପାରିନି। ଏ ନେଇ ଆଳି ବିଡିଓ ମିନତି ଜଗଦ୍ଦେବଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ସରକାରୀ ସହାୟତା ଯୋଗାଇ ଦେବା ସହ ଝିଅଙ୍କ ଚିକିତ୍ସା ପାଇଁ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କୁ ଗୁଳିମାଡ଼ କଲେ ସରପଞ୍ଚ

କଣ୍ଟାମାଳ,୨୮ା୯(ଆଦିରେଶ୍ୱର ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚଙ୍କ ଗୁଳିମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ବୌଦ୍ଧ ଜିଲା ମନମୁଣ୍ଡା ଥାନା କସୁରବନ୍ଧ ଗାଁରେ। ଗୁରତର...

ମହିଳାଙ୍କ ପାଇଁ ଖୁସି ଖବର: ମାର୍ଚ୍ଚ ୮ ପୂର୍ବରୁ ସମସ୍ତଙ୍କୁ ସୁଭଦ୍ରା ପ୍ରଥମ କିସ୍ତି, ଜାଣନ୍ତୁ ପୂରା ଖବର…

ଭୁବନେଶ୍ୱର,୨୮ା୯ (ବନ୍ଦନା ସେଠୀ): ଅଦ୍ୟାବଧି ଛପାଯାଇଥିବା ୧ କୋଟି ୮୯ ଲକ୍ଷ ୩୪ ହଜାର ୧୭୬ ‘ସୁଭଦ୍ରା’ ଆବେଦନ ଫର୍ମ ମଧ୍ୟରୁ ୧ କୋଟି ୫୭...

ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡ ନିର୍ବାଚନରେ ଲଢ଼ିବା ଚର୍ଚ୍ଚା

ଭୁବନେଶ୍ୱର, ୨୮।୯(ସୁନିତ୍‌ ମିଶ୍ର):ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଓଡ଼ିଶା ଗସ୍ତକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱଶର୍ମା ଶୁକ୍ରବାର ୨ ଘଣ୍ଟିଆ ଓଡ଼ିଶା ଗସ୍ତରେ...

ସୁଧୁରୁନି ସହରର ଟ୍ରାଫିକ ବ୍ୟବସ୍ଥା

ଖୋର୍ଦ୍ଧା,୨୮ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସହରର ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନୂଆବସ୍‌ଷ୍ଟାଣ୍ଡଠାରୁ ଟ୍ରାଫିକ ଛକ, ପଲ୍ଲା ଛକ, ଖୋର୍ଦ୍ଧା-ନୟାଗଡ଼ ରାସ୍ତାର ମୁକୁନ୍ଦପ୍ରସାଦଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ...

ଗ୍ରାମ୍ୟ ଉନ୍ନୟନ ରାସ୍ତା କାମରେ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୮ା୯ (କଳ୍ପତରୁ ନାୟକ): ସରକାର ପ୍ରତିବର୍ଷ ରାସ୍ତାଘାଟ ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ସ୍ଥାନରେ ଦାୟିତ୍ୱରେ ଥିବା ଅଧିକାରୀ, ଠିକାଦାରଙ୍କ...

ଅନ୍ୟ ଜାତିରେ ବିବାହ କରିଥିବାରୁ କେହି ଛୁଇଁଲେନି, ୧୨ ଘଣ୍ଟା ପଡ଼ିରହିଲା ମୃତଦେହ

ଅମରପାଲି,୨୮ା୯(ପୀତାମ୍ବର ସାହୁ): ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ମୃତ୍ୟୁ ପରେ କେହି ବି ଛୁଇଁଲେନି ମୃତଦେହ। ନୀରବଦ୍ରଷ୍ଟା ସାଜିଲେ ଜ୍ଞାତିକୁଟୁମ୍ବ ବନ୍ଧୁ ବାନ୍ଧବ ଓ...

ଛାତ୍ରୀଛାତ୍ରଙ୍କ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): ଛାତ୍ରୀଛାତ୍ରଙ୍କ ଶିକ୍ଷାର ବିକାଶ ସହ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଛି । ଏଥିପାଇଁ ପ୍ରତିବର୍ଷ ବିଭିନ୍ନ...

ଧାର୍ମିକ, ପରିବେଶ ପର୍ଯ୍ୟଟନ କ୍ଷେତ୍ରକୁ ଅବହେଳା, ପୂରଣ ହେଉନି ଅଧିକାରୀ ପଦବୀ

କେନ୍ଦ୍ରାପଡ଼ା,୨୮ା୯ (ଜଗନ୍ନାଥ ଧଳ): ରାଜ୍ୟ ଶାସନର ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ଗତ ୨୨ ତାରିଖରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦ୍ରାପଡ଼ା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri