Video: ଘରେ କେହି ନ ଥିବା ବେଳେ ଘରେ କଳାକନା ବୁଲେଇଲେ ଦୁର୍ବୃତ୍ତ

ଭୁବନେଶ୍ୱର,୨୯ା୧୨: ଝିଅ ବାହାଘର ପାଇଁ ଥିଲା ଗହଣା, ଲୁଟିନେଲେ ଚୋର। ରାଜଧାନୀ ଭୁବନେଶ୍ୱରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା। ମଞ୍ଚେଶ୍ୱର ଅଞ୍ଚଳରେ ଝିଅ ବାହାଘର ପାଇଁ ରଖିଥିବା ୨୦ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ଦେଢ଼ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି ଚୋର। ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।

ସୂଚନା ଅନୁଯାୟୀ. ଚକେଇସିଆଣିରେ ରହୁଥିବା ଦେବଦତ୍ତ ସାମଲ ନାମକ ବ୍ୟକ୍ତି ରାଜସ୍ଥାନରେ ଚାକିରି କରନ୍ତି। ଏଠାରେ ରହୁଥିବା ତାଙ୍କ ସ୍ତ୍ରୀ, ପୁୂଅ, ଝିଅ ଓ ଶ୍ୱଶୁର ଗତ ୨୪ ତାରିଖରେ ଘରେ ତାଲା ପକାଇ ଦେଓଘର ବୁଲିବାକୁ ଯାଇଥିଲେ । ସେଠାରେ ଯାଇ ସେମାନେ ପହଞ୍ଚିବା ପରେ ଖବର ପାଇଥିଲେ କି ସେମାନେ ସକାଳେ ଖବର ପାଇଥିଲେ କି ତାଙ୍କ ଘର ତାଲା ଭଙ୍ଗାଯାଇ ଚୋରି ହୋଇଛି ।

ଖବରପାଇ ଭୁବନେଶ୍ୱର ଫେରି ଆଲମିରା ତଡ଼ା ଯାଇ ସବୁକିଛି ଲୁଟ ହୋଇଯାଇଥିବା ଦେଖିଥିଲେ ଦେବଦତ୍ତ। ତେବେ ଝିଅ ବାହାଘର ପାଇଁ ରଖା ଯାଇଥିବା ସମସ୍ତ ସୁନାଗହଣା ବାହୁଟି ୪ହଳ, ବାଲା ୨ ହଳ, ସୁନା ହାର ୨ଟି, ଚେନ୍‌-୨ଟି, ୫ଟି ସୁନାମୁଦି, କାନଫୁଲ ୪ ହଳ, ରୂପାଥାଳି, ପାଉଁଜି, ଦାମୀ ହାତଘଣ୍ଟା ୪ଟା, ନଗଦ ଦେଢ଼ ଲକ୍ଷ ଟଙ୍କା ଆଦି ଚୋରି ହୋଇଥିବା ସେ କହିଛନ୍ତି।

 

 

Share