ମୋଦିଙ୍କୁ ସ୍ବାଗତ କରିବାକୁ ତ୍ରିରଙ୍ଗା ରଙ୍ଗରେ ସଜ୍ଜିତ ହେଲା ବୁର୍ଜ ଖଲିଫା

ଆବୁଧାବି,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରି ଶନିବାର ସକାଳେ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ) ପହଞ୍ଚିଛନ୍ତି। ଆବୁଧାବି ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରାଯାଇଥିଲା। ଆବୁଧାବିର କ୍ରାଉନ ପ୍ରିନ୍ସ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହୟାନଙ୍କୁ ମୋଦି ଭେଟିଥିଲେ।
ୟୁଏଇରେ ମୋଦିଙ୍କୁ ସ୍ବାଗତ କରିବା ପାଇଁ ଦୁବାଇର ବୁର୍ଜ ଖଲିଫାକୁ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗା ରଙ୍ଗରେ ରଙ୍ଗା ଯାଇଥିଲା। ଏହାସହ ପ୍ରଧାନମନ୍ତ୍ରୀଙ୍କ ଫଟୋ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ମୋଦିଙ୍କୁ ସ୍ବାଗତ କରିବା ଲାଗି ଲାଇଟରେ ଓ୍ବେଲକମ ଅନରେବଲ ପ୍ରାଇମିନିଷ୍ଟର ନରେନ୍ଦ୍ର ମୋଦି(ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ) ବୋଲି ଲେଖାଯାଇଥିଲା।
ମୋଦିଙ୍କ ବୁର୍ଜ ଖଲିଫା ଗସ୍ତ ସମୟରେ ଜାତୀୟ ପତାକା ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଗତ ବର୍ଷ, ଭାରତ ସ୍ବାଧୀନତାର ୭୫ ବର୍ଷ ପୂରଣ ଅବସରରେ, ବୁର୍ଜ ଖଲିଫା ତ୍ରିରଙ୍ଗା ରଙ୍ଗରେ ସଜା ଯାଇଥିଲା।

Share