ବିପଦ ବେଳର ବନ୍ଧୁ: ମଜଭୁତ ରହିବା ପାଇଁ ଭାରତକୁ ନିଆରା ବାର୍ତ୍ତା ଦେଲା ୟୁଏଇ

ଆବୁଧାବି,୨୬।୪: ଭାରତ କରୋନା ମହାମାରୀ ସହ ସଂଘର୍ଷ କରୁଛି। ଦିନକୁ ଦିନ ପରିସ୍ଥିତି ଖରାପ ହେବାରେ ଲାଗିଛି। ଏହି ଗୁରୁତର ସଙ୍କଟବେଳେ ଅନେକ ଦେଶ ଭାରତକୁ ସହାୟତାର ହାତ ବଢାଇଛନ୍ତି। କରୋନା ବିରୋଧରେ ଯୁଦ୍ଧରେ ଜିତିବା ପାଇଁ ନିଆରା ଢଙ୍ଗରେ ଭାରତର ମନୋବଳ ବଢାଇଛି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)। ରବିବାର ୟୁଏଇର ସବୁଠୁ ଉଚ୍ଚତମ କୋଠା ବୁର୍ଜ ଖଲିଫାକୁ ଭାରତର ପତାକା ରଙ୍ଗ ଦେଇ ଦେଶ ସହ ଛିଡା ହୋଇଛି।
ୟୁଏଇ ଭାରତ ପ୍ରତି ନିଜର ସମର୍ଥନ ଏବଂ ପ୍ରେମ ବ୍ୟକ୍ତ କରିବା ପାଇଁ ବୁର୍ଜ ଖଲିଫାକୁ ତ୍ରିରଙ୍ଗାରେ ସଜାଇଥିଲା। ଉଚ୍ଚତମ ଅଟ୍ଟାଳିକାରେ ୟୁଏଇ ଭାରତକୁ #StayStrongIndia (ଦଢ ରୁହ) ବାର୍ତ୍ତା ଦେଇଥିଲ। ୟୁଏଇରେ ଥିବା ଭାରତୀୟ ଦୂତାବାସରୁ ରବିବାର ବିଳମ୍ବିତ ରାତିରେ ଏକ ଭିଡିଓ ଶେୟାର କରାଯାଇଥିଲା। ଭିଡିଓର କ୍ୟାପସନରେ ଲେଖାଥିଲା ଯେ ‘ଭାରତ କରୋନା ବିରୋଧରେ ଲଢେଇ କରୁଛି, ତେଣୁ ତାଙ୍କ ବନ୍ଧୁ ୟୁଏଇ ଶୁଭେଚ୍ଛା ପଠାଉଛି ଯେ ସବୁ କିଛି ଶୀଘ୍ର ଠିକ୍‌ ହୋଇଯିବ।

Share